ସୁପରଷ୍ଟାରଙ୍କ ଠାରୁ ଅଧିକ ଫିସ୍‌ ନେଇଥାନ୍ତି ଏହି ଅଭିନେତା

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ କଳାକାର ହେଉଛନ୍ତି ହାସ୍ୟ ଅଭିନେତା ବ୍ରହ୍ମାନନ୍ଦମ। ସାଉଥ୍‌ର ପ୍ରାୟ ସମସ୍ତ ସିନେମାରେ ଦେଖିବାକୁ ମିଳୁଥିବା ଏହି କମେଡି କଳାକାର ବ୍ରହ୍ମାନନ୍ଦମ ଟଲିଉଡ୍‌ର ସୁପରଷ୍ଟାରଙ୍କ ଠାରୁ ମଧ୍ୟ ଅଧିକ ଫିସ୍‌ ନେଇଥାନ୍ତି। ଆଜି ଏହି ଅଭିନେତା ନିଜର ୬୫ତମ ଜନ୍ମଦିନ ପାଳନ କରୁଛନ୍ତି।
୧ ଫେବୃୟାରୀ, ୧୯୫୬ରେ ଆନ୍ଧ୍ରପ୍ରଦେଶର ସାଟେନାପଲ୍ଲୀ ଜିଲା ମୁପଲ୍ଲା ଗାଁରେ ଜନ୍ମଗ୍ରହଣ କରିଥିଲେ ବ୍ରହ୍ମାନନ୍ଦମ । କୋଟି କୋଟି ଟଙ୍କାର ମାଲିକ ବ୍ରହ୍ମାନନ୍ଦମଙ୍କ ପିଲାଦିନ କଟିଥିଲା ଦରିଦ୍ର ମଧ୍ୟରେ। ପରିବାରରେ ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏକି ଏମ୍‌ଏ ପଢ଼ିଛନ୍ତି। ମାତ୍ର ତାଙ୍କର ଭାଗ୍ୟ ସେତିକିବେଳେ ଖେଲିଥିଲା ଯେତେବେଳେ ତେଲୁଗୁ ନିର୍ଦ୍ଦେଶକ ତାଙ୍କୁ ନିଜ ଫିଲ୍ମରେ ସୁଯୋଗ ଦେଇଥିଲେ। ଇତିମଧ୍ୟରେ ସେ ୧ ହଜାରରୁ ଊର୍ଦ୍ଧ୍ୱ ସେନେମାରେ କାମ କରିସାରିଛନ୍ତି।
ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ବ୍ରହ୍ମାନନ୍ଦମ ଅଭନୟ କରିବା ପୂର୍ବରୁ ଜଣେ ସ୍କୁଲ ଶିକ୍ଷକ ଥିଲେ। ମାତ୍ର ଅଭିନୟରେ ଆଗ୍ରହ ଯୋଗୁ ସେ ଶିକ୍ଷକତା ଛାଡିଦେଇଥିଲେ। ୧୯୮୫ ମସିହାରୁ ଆଜି ପର୍ଯ୍ୟନ୍ତ ସେ ଅଭିନୟ ଜାରି ରଖିଛନ୍ତି।
ବ୍ରହ୍ମାନନ୍ଦମ ଜଣେ କମେଡି କଳାକାର ହୋଇଥିଲେ ମଧ୍ୟ ତାଙ୍କର ଫିସ୍‌ କୌଣସି ସୁପରଷ୍ଟାରଙ୍କ ଠାରୁ କମ୍‌ ନୁହେଁ। ବିଗତ କିଛି ବର୍ଷ ହେବ ସାଉଥ୍‌ ଇଣ୍ଡିଆର ସବୁଠାରୁ ଅଧିକ ଆୟ କରୁଥିବା କଳାକାରଙ୍କ ତାଲିକାରେ ତାଙ୍କ ନାମ ରହିଛି।

Share