ଆସନ୍ତା ମାସରେ ବିବାହ କରିବେ ନୟନତାରା

ଚେନ୍ନାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର ନାୟିକା ନୟନତାରା କିଛିଦିନ ହେବ ତାଙ୍କ ବିବାହକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ବେଶ କିଛି ବର୍ଷ ହେବ ଏହି ନାୟିକା ଫିଲ୍ମ ନିର୍ମାତା ବିଗ୍ନେଶ ଶିବନଙ୍କୁ ଡେଟ କରୁଛନ୍ତି । ଏବେ ନୟନତାରାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି । ଖୁବଶୀଘ୍ର ନୟନତାରା ଓ ବିଗ୍ନେଶ ଶିବନ ବିବାହ କରିବାକୁ ଯାଉଛନ୍ତି ।
ଇଂରାଜି ୱେବସାଇଟ ପିଙ୍କଭିଲାର ଏକ ରିପୋର୍ଟ ଅନୁଯାୟୀ, ନୟନତାରା ଓ ବିଗ୍ନେଶ ଶିବନ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସାଉଥ୍‌ର ଏହି କପୁଲ ୯ ଜୁନ ୨୦୨୨ରେ ବିବାହ କରିବେ । ସେତିକି ନୁହେଁ ଆହୁରି ମଧ୍ୟ ଜଣାପଡିଛି କି ନୟନତାରା ଓ ବିଗ୍ନେଶ ଶିବନ ତିରୁମାଲା ତିରୁପତି ମନ୍ଦିରରେ ବିବାହ କରିବାକୁ ଯୋଜନା କରୁଛନ୍ତି । ଏହି ବିବାହ ଏକ ଇଣ୍ଟିମେଟ ବିବାହ ହେବ । କପୁଲ ପରେ ଚେନ୍ନାଇରେ ଏକ ଗ୍ରାଣ୍ଡ ରିସେପଶନ ପାର୍ଟି ଦେବେ । ଏଥିରେ ଇଣ୍ଡଷ୍ଟ୍ରିର ବହୁ ଲୋକ ସାମିଲ ହେବେ । ହେଲେ ପରିବାର ସଦସ୍ୟଙ୍କ ସାମ୍ନାରେ ଏମାନେ ମନ୍ଦିରରେ ବିବାହ କରିବେ ।
ସୂଚନାଯୋଗ୍ୟ, ନୟନତାରା ଓ ବିଗ୍ନେଶ ଶିବନଙ୍କର ଗତବର୍ଷ ନିର୍ବନ୍ଧ ହୋଇଥିଲା । ଏହାପରେ ଅଭିନେତ୍ରୀ ୨୫ ମାର୍ଚ୍ଚ ୨୦୨୧ରେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ ବିଗ୍ନେଶଙ୍କ କାନ୍ଧ ଉପରେ ହାତରଖି ତାଙ୍କ ନିର୍ବନ୍ଧ ମୁଦି ଦେଖାଇଥିଲେ । ଏହାସହ କ୍ୟାପଶନରେ ଲେଖିଥିଲେ, ମୋ ଜୀବନରେଖାକୁ ମୋ ଆଙ୍ଗୁଠିି ସହ ବନ୍ଧି ଦିଆଯାଇଛି ।

Share