ବିବାହର ୪ ମାସ ପରେ ସ୍ବାମୀଙ୍କୁ ମାଡ ମାରି ଘରୁ ବାହାର କରିଦେଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଭନିତା ବିଜୟକୁମାର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ତାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛିି। ବିବାହର ୪ ମାସ ପରେ ସେ ସ୍ବାମୀଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଥିବା ଜଣାପଡ଼ିଛି।
ଭନିତା ୪ ମାସ ପୂର୍ବେ ପିଟର ପାଲ୍‌ଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ପିଟରଙ୍କ ସହ ଭନିତାଙ୍କର ଏହା ତୃତୀୟ ବିବାହ ଥିଲା। ତେବେ ଭନିତା ୩ ସନ୍ତାନର ମା’ ଅଟନ୍ତି। ସେ ସ୍ବାମୀଙ୍କୁ ମାଡ଼ମାରି ଘରୁ ବାହାର କରିଦେଇଥିବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ନିର୍ଦ୍ଦେଶକ ରବୀନ୍ଦ୍ର ଚନ୍ଦ୍ରଶେଖରନ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟକରି ଏହି ଖବର ସତ ବୋଲି ଜଣାଇଛନ୍ତି।


ଏକ ରିପୋର୍ଟ ଅନୁଯାୟୀ, ଭନିତା ନିଜ ଝିଅ ଏବଂ ସ୍ବାମୀ ପିଟରଙ୍କ ସହ ଗୋଆ ବୁଲିବାକୁ ଯାଇଥିଲେ। ବିବାହ ପରେ ଏହା ତାଙ୍କର ପ୍ରଥମ ଯାତ୍ରା ଥିଲା। କିନ୍ତୁ ପିଟର ସେଠାରେ ବହୁତ ମଦ ପିଇଥିଲେ। ମଦ ପିଇବାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏପରିକି କଥା ମାଡ଼ପିଟ ପର୍ଯ୍ୟନ୍ତ ଗଲା। ଚେନ୍ନାଇ ଫେରିବା ପରେ ମଧ୍ୟ ପିଟର ମଦ ପିଇବା ବନ୍ଦ କରି ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ପାଟିତୁଣ୍ଡ ହେଲା। ପରେ ଭନିତା ସ୍ବାମୀଙ୍କୁ ମାଡ଼ ମାରି ଘରୁ ବାହାର କରିଦେଲେ। ପିଟରଙ୍କର ମଧ୍ୟ ଭନିତାଙ୍କ ସହ ଏହା ଦ୍ୱିତୀୟ ବିବାହ ଥିଲା।

Share