ତାଲିବାନ ଦଖଲରେ ଦକ୍ଷିଣ ଆଫଗାନିସ୍ତାନ

କାବୁଲ, ୧୪।୮: ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସେନା ପ୍ରତ୍ୟାହାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ତାଲିବାନ ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ପ୍ରଦେଶିକ ରାଜଧାନୀ ଦଖଲ କରିବାରେ ଲାଗିଛନ୍ତି। ଏବେ ସମ୍ପୂର୍ଣ୍ଣ ଦକ୍ଷିଣ ଆଫଗାନ ସେମାନଙ୍କ ନିୟନ୍ତ୍ରଣକୁ ଆସିଗଲାଣି। ରାଜଧାନୀ କାବୁଲ ଦଖଲ କରିବା ସେମାନଙ୍କ ପାଇଁ ଆଉ ବେଶି ଦୂର ନୁହେଁ ବୋଲି କୁହାଯାଉଛି। ପତନ ଅବଶ୍ୟମ୍ଭାବୀ ଆଶଙ୍କା କରି ଆଫଗାନ ସରକାର ତାଲିବାନକୁ କ୍ଷମତା ଭାଗବଣ୍ଟା ପାଇଁ ପ୍ରସ୍ତାବ ଦେଇସାରିଲେଣି। ପୂର୍ବରୁ ଆତଙ୍କବାଦୀ ସୀମାବର୍ତ୍ତୀ ଗ୍ରାମାଞ୍ଚଳକୁ ଦଖଲ କରିଥିବାବେଳେ ଏବେ ଦେଶର ଦୁଇ-ତୃତୀୟାଂଶରୁ ଅଧିକ ଅଞ୍ଚଳ ସେମାନଙ୍କ ଦଖଲରେ।
ସପ୍ତାହକ ମଧ୍ୟରେ ଆତଙ୍କବାଦୀମାନେ ୧୦ ପ୍ରାଦେଶିକ ରାଜଧାନୀ ଦଖଲ କରିଥିବାବେଳେ ଶୁକ୍ରବାର ଆଉ ୪ଟି ରାଜଧାନୀକୁ କବ୍‌ଜା କରିଛନ୍ତି। ଆଫଗାନିସ୍ତାନର ଦ୍ୱିତୀୟ ବୃହତ ସହର କାନ୍ଦାହାର ଏବଂ ତୃତୀୟ ବୃହତ ସହର ହେରାତ ସେମାନଙ୍କ ନିୟନ୍ତ୍ରଣକୁ ଯାଇଛି। ହେରାତ୍‌ରୁ ଅନେକ ଲୋକ ଘରଦ୍ୱାର ଛାଡ଼ି ପଳାଇଥିବାବେଳେ କେତେକ ପରିବାର ଘରେ ଆତ୍ମଗୋପନ କରିଥିବା ପ୍ରାଦେଶିକ କାଉନସିଲ ସଦସ୍ୟ ଗୁଲାମ ହବିବ୍‌ ହଶିମି କହିଛନ୍ତି। ଗୁରୁବାର ରାତିରୁ କାନ୍ଦାହାର ସହରରେ ସୁରକ୍ଷା ବଳ ଓ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ପରେ ଏହି ସହର ସେମାନଙ୍କ କବଳକୁ ଯାଇଛି। ଏହା ବ୍ୟତୀତ ହେଲମଣ୍ଡ ପ୍ରଦେଶ ରାଜଧାନୀ ଲଶ୍କର ଗାହକୁ ମଧ୍ୟ ତାଲିବାନ କବ୍‌ଜା କରିଛି। ଘମାଘୋଟ ଲଢ଼େଇ ପରେ ସହରର ସରକାରୀ ପ୍ରତିଷ୍ଠାନଗୁଡ଼ିକ ଉପରେ ତାଲିବାନ ପତାକା ଉଡ଼ିଥିଲା। ଗୁରୁବାର ଗଜନୀ ସେମାନଙ୍କ ଅକ୍ତିଆରକୁ ଯାଇଥିଲା। କାଲାତ ରାଜଧାନୀ ତାଲିବାନ ନିୟନ୍ତ୍ରଣକୁ ଯାଇଥିବାବେଳେ ସେଠାରେ ଥିବା ଯବାନମାନେ କ୍ୟାମ୍ପ୍‌ ଖାଲି କରିବାକୁ ପ୍ରସ୍ତୁତି ଚଳାଇଥିବା ଜାବୁଲ୍‌ ପ୍ରଦେଶ କାଉନସିଲ୍‌ ମୁଖ୍ୟ କହିଛନ୍ତି। ତିରିନ୍‌ କଟ୍‌ ପ୍ରାଦେଶିକ ରାଜଧାନୀର ସ୍ଥାନୀୟ ଅଧିକାରୀମାନେ ଆତ୍ମସମର୍ପଣ କରିସାରିଲେଣି। ବୃହତ ସହର ମଧ୍ୟରେ କାବୁଲ, ମଜାର-ଇ-ଶରିଫ୍‌ ଏବଂ ଜଲାଲାବାଦ ଏବେ ଆଫଗାନ ସରକାରଙ୍କ ନିୟନ୍ତ୍ରଣରେ ରହିଛି।
ଆତଙ୍କବାଦୀ ଓ ଆଫଗାନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିବାବେଳେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଦେଶରେ ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଥିବା ଜାତିସଂଘ କହିଛି। ଆମେରିକା ତା’ର ଦୂତାବାସ କର୍ମଚାରୀମାନଙ୍କୁ ଫେରାଇ ନେବା ପାଇଁ ୪୮ ଘଣ୍ଟା ମଧ୍ୟରେ ୩,୦୦୦ ଅତିରିକ୍ତ ସୈନ୍ୟ ପଠାଇବାକୁ ନିଷ୍ପତ୍ତି ନେଇଛି। ସେହିପରି ବ୍ରିଟେନ ଏହାର ନାଗରିକମାନଙ୍କୁ ଫେରାଇ ନେବା ଲାଗି ୬୦୦ ସୈନ୍ୟ ନିୟୋଜିତ କରିବ ବୋଲି କହିଛି। ସେହିପରି କାନାଡା ମଧ୍ୟ କାବୁଲକୁ ସ୍ବତନ୍ତ୍ର ସୈନ୍ୟଦଳ ପଠାଉଛି। ତାଲିବାନ କାବୁଲ୍‌ ଅକ୍ତିଆର କରିବା ପରେ ଦେଶବାସୀଙ୍କ ଉପରେ ଏହାର ବିନାଶକାରୀ ପ୍ରଭାବ ପଡ଼ିପାରେ ବୋଲି ଜାତିସଂଘ ସତର୍କ କରାଇଛି। ତେବେ ଯୁଦ୍ଧ ରୋକିବା ଲାଗି ତାଲିବାନ ସହ ବୁଝାମଣା ଆଶା କ୍ଷୀଣ। ୩୪ ପ୍ରାଦେଶିକ ରାଜଧାନୀ ମଧ୍ୟରୁ ୧୪ଟି ତାଲିବାନ ଦଖଲକୁ ଗଲାଣି। ଆତଙ୍କବାଦୀମାନେ ଆଫଗାନ ସରକାରକୁ ପରାଜିତ କରି ସେଠାରେ କଠୋର ଇସ୍‌ଲାମୀୟ ଶାସନ ଚଳାଇବାକୁ ଚାହାନ୍ତି।

ଗଜନୀ ରାଜ୍ୟପାଳ ଗିରଫ

ରାଜ୍ୟକୁ ତାଲିବାନ ହାତରେ ଟେକି ଦେଇଥିବା ଗଜନୀ ରାଜ୍ୟପାଳ ଦାଉଦ୍‌ ଲାଗମାନିଙ୍କୁ ଆଫଗାନିସ୍ତାନର ଓ୍ବାରଡକ୍‌ ପୋଲିସ ଗିରଫ କରିଛି। ରାଜ୍ୟପାଳଙ୍କ ସହିତ ତାଙ୍କ ସହକାରୀ ଏବଂ ଚିଫ୍‌ ଅଫ୍‌ ଷ୍ଟାଫ୍‌ଙ୍କୁ ଗିରଫ କରାଯାଇଛି। ତାଲିବାନ ଆତଙ୍କବାଦୀମାନେ ରାଜ୍ୟପାଳ ଲାଗମାନିଙ୍କୁ ସୁରକ୍ଷା ଦେଇ ଗଜନୀରୁ ଓ୍ବାରଡାକ୍‌ ନେଇଯାଇଥିଲେ।

ଆତଙ୍କବାଦୀଙ୍କୁ ବିବାହ ପାଇଁ ମହିଳାଙ୍କୁ ବାଧ୍ୟ କରାଯାଉଛି

ଆଫଗାନିସ୍ତାନର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ସହର ଦଖଲ କରିଥିବା ତାଲିବାନ ଏବେ ମହିଳାମାନଙ୍କୁ ଆତଙ୍କବାଦୀଙ୍କ ସହ ବିବାହ କରାଇବାକୁ ବାଧ୍ୟ କରୁଛି। ସେମାନେ ଗିରଫ କରିଥିବା ସୈନ୍ୟମାନଙ୍କୁ ହତ୍ୟା କରିବା ସହ ସାଧାରଣ ନାଗରିକଙ୍କ ଉପରେ ମଧ୍ୟ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଜୀବନ ବଞ୍ଚାଇବାକୁ ଲୋକେ ଘରଦ୍ୱାର ଛାଡ଼ି ପଳାଉଥିବା ଦେଖାଯାଉଛି। ଅବିବାହିତ ଝିଅମାନଙ୍କୁ ଆତଙ୍କବାଦୀଙ୍କ ସ୍ତ୍ରୀ ହେବା ପାଇଁ ବାଧ୍ୟ କରାଯାଉଛି। ଏହା ଏକ ପ୍ରକାର ଯୌନ ହିଂସା ବୋଲି ମାନବାଧିକାର ସଂଗଠନ କହିଛି। ସେମାନଙ୍କ ନିୟନ୍ତ୍ରଣକୁ ଆସିଥିବା ସହରରେ ସରକାରୀ ଅଧିକାରୀ, ଯବାନ ଏବଂ ଜନସାଧାରଣ ଭୟ କରିବାର କିଛି କାରଣ ନାହିଁ ବୋଲି ତାଲିବାନ କହୁଥିବାବେଳେ ବାସ୍ତବରେ ଏହା ଆତଙ୍କ ସୃଷ୍ଟି କରୁଥିବା ଦେଖାଯାଇଛି। ଆତ୍ମସମର୍ପଣ କରିଥିବା ଆଫଗାନ ସୈନ୍ୟଙ୍କୁ ହତ୍ୟା କରାଯାଉଥିବାରୁ ଆମେରିକା ଦୂତାବାସ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୱକ୍‌ଫ ସଂଶୋଧନ: ନୂଆ ନିଯୁକ୍ତି ଉପରେ ରୋକ୍‌, ୭ ଦିନ ଭିତରେ କେନ୍ଦ୍ର ସରକାରଙ୍କୁ ମାଗିଲେ ଜବାବ

ନୂଆଦିଲ୍ଲୀ,୧୭।୫: ସୁପ୍ରିମକୋର୍ଟ ଓ୍ୱକ୍‌ଫ ଆଇନ ସଂଶୋଧନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ୭ ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଓ୍ୱାକ୍‌ଫ ବୋର୍ଡରେ...

ଜବରଦସ୍ତ ସ୍କୁଟର ଲଞ୍ଜ କଲା Honda,ମନ ଜିଣିବ ଆଡଭାନ୍ସ ଫିଚର୍‌

ନୂଆଦିଲ୍ଲୀ,୧୭।୪: ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ଭାରତୀୟ ବଜାରରେ ୨୦୨୫ Dio ଲଞ୍ଚ କରିଛି। ଅପଡେଟ୍‌ ହୋଇଥିବା ସ୍କୁଟରଟି କସମେଟିକ୍‌ ପରିବର୍ତ୍ତନ, OBD୨...

Top 5 Biodiversity Centers in Odisha: ଓଡ଼ିଶାର ଟପ୍-୫ ଜୈବ ବିବିଧ କେନ୍ଦ୍ର

ଓଡ଼ିଶା ଭାରତର ଅନ୍ୟତମ ଜୈବ ବିବିଧତା ସମୃଦ୍ଧ ରାଜ୍ୟ। ଯେଉଁଠି ବିଭିନ୍ନ ପ୍ରକାରର ବନସ୍ପତି, ପ୍ରାଣୀ, ଏବଂ ଜଳଜ ଜୀବ ଦେଖାଯାଏ। ଏହାର ଜଙ୍ଗଲ, ଜଳାଶୟ,...

UGC NET June 2025 ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ କେବେ ହେବ ପରୀକ୍ଷା, ଶେଷ ତାରିଖ…

ନୂଆଦିଲ୍ଲୀ,୧୭।୪: ଏନ୍‌ଟିଏ ଜୁନ ୨୦୨୫ ରେ UGC NET ର ବିଜ୍ଞପ୍ତି ପ୍ରକାଶ କରିଛି। ଏହା ସହିତ ଆବେଦନ ପୋର୍ଟାଲ ମଧ୍ୟ ଖୋଲିଛି। ପ୍ରାର୍ଥୀମାନେ ୧୬...

ବଡ଼ ନିଷ୍ପତ୍ତି: ପ୍ରଥମରୁ ୫ମ ଶ୍ରେଣୀ ଯାଏ ହିନ୍ଦୀ ଭାଷା ବାଧ୍ୟତାମୂଳକ; ଜାତୀୟ ଶିକ୍ଷା ନୀତି ଲାଗୁ

ମୁମ୍ବାଇ,୧୭।୪: ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି...

‘ଆମେ ହିନ୍ଦୁମାନଙ୍କଠାରୁ ଭିନ୍ନ’: ସୈନିକମାନଙ୍କୁ ଏପରି ଆହ୍ୱାନ ଦେଲେ ପାକିସ୍ତାନ ସେନା ମୁଖ୍ୟ

ନୂଆଦିଲ୍ଲୀ,୧୭।୫: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ ମୁନିର, ସେନା ପ୍ରତିଷ୍ଠାନର ପୁରୁଣା ଭାବନାକୁ ପୁନରାବୃତ୍ତି କରି, ପାକିସ୍ତାନୀମାନଙ୍କୁ ସେମାନଙ୍କ ପିଲାମାନଙ୍କୁ “ହିନ୍ଦୁ ଓ ମୁସଲମାନମାନଙ୍କ...

Salary Hike: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ପୋଲିସ କର୍ମଚାରୀଙ୍କ ଦରମା ୫୫ହଜାର ଯାଏ ବୃଦ୍ଧି

ଭୁବନେଶ୍ୱର,୧୭।୪: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର...

ଭଡ଼ାରେ ରହୁଥିବା ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଭାରତୀୟ ଷ୍ଟାର କ୍ରିକେଟର; ମାତ୍ର ୧୩ ବର୍ଷ ବୟସରୁ ଦୌଡ଼ିଥିଲା ପ୍ରେମର ଗାଡ଼ି…

ନୂଆଦିଲ୍ଲୀ,୧୭।୪: ଜଣଙ୍କୁ ୧୧ ବର୍ଷ ତ ଆର ଜଣଙ୍କୁ ୧୩। ହଁ, ଏହି ବୟସରେ ଉଭୟ ପରସ୍ପରକୁ ଜାଣିଥିଲେ, ପ୍ରଥମ ଥର ପାଇଁ ପରସ୍ପରକୁ ଦେଖିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image