ବାର୍‌ରେ ଗୁଳିବର୍ଷା: ୧୪ ମୃତ୍ୟୁ, ୧୦ ଆହତ

ଜୋହାନ୍ସବର୍ଗ,୧୦।୭: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ସୋଭେଟୋ ଟାଉନସିପ ନିକଟରେ ଅବସ୍ଥିତ ଏକ ବାର୍‌ରେ ଗୁଳିକାଣ୍ଡ ଘଟିଛି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବନ୍ଧୁକଧାରୀ ଗୁଳି ଚଳାଇବା ପରେ ସଙ୍ଗେ ସଙ୍ଗେ ଧଳା ରଙ୍ଗର କାର୍‌ରେ ବସି ଫେରାର୍‌ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ ଅଧିକାରୀ କହିଛନ୍ତି, ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନା ପାଇବା ପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁକଙ୍କ ବୟସ ୧୯ରୁ ୩୫ ବର୍ଷ ମଧ୍ୟରେ ହେବ। ଆକ୍ରମଣକାରୀଙ୍କୁ ଯଥାଶୀଘ୍ର ଧରିବା ପାଇଁ ଉଦ୍ୟମ କରାଯାଉଛି।

Share