Categories: ଖେଳ

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ଭୟଭୀତ

ସେଞ୍ଚୁରିଅନ୍‌,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜି ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନ ସୁପରସ୍ପୋର୍ଟ ପାର୍କରେ ଖେଳାଯିବ। ଏହି ମ୍ୟାଚ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହି ସମୟରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବାଭୁମା ଭାରତୀୟ ପେସ୍‌ ଆଟାକ୍‌ ଆକ୍ରମଣ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବାଭୁମା ଭାରତର ପେସ୍‌ ଆଟାକ୍‌କୁ ନେଇ ଭୟଭୀତ ହୋଇଯାଇଛନ୍ତି। ଆହତ ମହମ୍ମଦ ଶାମିଙ୍କ ସ୍ଥାନରେ ଦ୍ରୁତ ବୋଲର ଟେଷ୍ଟ ମ୍ୟାଚରେ ଘରୋଇ ଦଳର ବ୍ୟାଟ୍ସମ୍ୟାନଙ୍କ ମଧ୍ୟ ଚାପରେ ପକାଇ ପାରିବେ। ଭାରତର ପେସ୍‌ ଆଟାକ୍‌ ବିଶ୍ୱର ଶକ୍ତିଶାଳୀ ବୋଲି ସେ କହିଛନ୍ତି।
ଗୋଡରେ ଆଘାତ ଲାଗିଥିବାରୁ ଶାମି ଏହି ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି। ପ୍ଲେଇଙ୍ଗ-୧୧ରେ ଶାମିଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା କିମ୍ବା ମୁକେଶ କୁମାରଙ୍କୁ ଚୟନ କରାଯିବ ବୋଲି ଆଶା କରାଯାଉଛି।

Share