ସିରମ ଇନ୍‌ଷ୍ଟିଚ୍ୟୁଟର ଭାକ୍ସିନ ଫେରାଇ ନେବାକୁ ଅନୁରୋଧ କଲା ଏହି ଦେଶ

ବେଙ୍ଗାଲୁରୁ,୧୬।୨: ସିରମ ଇନ୍‌ଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଭାକ୍ସିନ କୋଭିଡ୍‌-୧୯ ଉପରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ବୋଲି ଦାବି କରୁଥିବା କେନ୍ଦ୍ର ସରକାରଙ୍କୁ ମଙ୍ଗଳବାର ଶକ୍ତ ଝଟ୍‌କା ଲାଗିଛି। ସିରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)କୁ ତା’ର ଏକ ନିୟୁତ ଡୋଜ ଫେରାଇ ନେବାକୁ ଅନୁରୋଧ କରିଛି ଦକ୍ଷିଣ ଆଫ୍ରିକା। ଏସ୍‌ଆଇଆଇ ପକ୍ଷରୁ ଗତ ସପ୍ତାହରେ ଏକ ନିୟୁତ ଆଷ୍ଟ୍ରାଜେଙ୍କା ଡୋଜ ପଠାଯାଇଥିଲା। ଆଉ କିଛି ସପ୍ତାହରେ ଏସ୍‌ଆଇଆଇ ପଠାଇ ଥାନ୍ତା ଆହୁରି ୫ ଲକ୍ଷ ଡୋଜ।

ଏହି ଭାକ୍ସିନକୁ ବ୍ୟବହାର କରାଯିବା ପୂର୍ବରୁ ଦେଶରେ ଦେଖାଦେଇଥିବା କରୋନାର ନୂଆ ଭାରିଆଣ୍ଟାରେ ଆକ୍ରାନ୍ତଙ୍କ ଉପରେ ଏକ ଟ୍ରାଏଲ କରାଯାଇଥିଲା। ସେମାନଙ୍କ ଠାରେ ମଧ୍ୟମ ଧରଣର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ଦକ୍ଷିଣ ଆଫ୍ରିକାର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ତେବେ ଏହି ଆଫ୍ରିକୀୟ ଦେଶରେ ଏପର୍ଯ୍ୟନ୍ତ କୌଣସି ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। କିନ୍ତୁ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଜନଶନ ଆଣ୍ଡ୍‌ ଜନଶନ ଭାକ୍ସିନ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

Share