Categories: ଖେଳ

ରାଗରେ ଜମି ବିକି ଦେଶ ଛାଡ଼ିଥିଲେ: ଏବେ ଏହି ଟିମ୍‌ରୁ ଖେଳି ପ୍ରତିଶୋଧ ନେବାର ପ୍ରସ୍ତୁତି ଚଳାଇଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ,୨୦।୧୧: ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ସହ ଜଡ଼ିତ ଏଭଳି କିଛି କାହାଣୀ ଅଛି, ଯାହା ଭୁଲି ହୁଏନା। ଅନେକ କ୍ରିକେଟର ଜନ୍ମଗ୍ରହଣ କରିବା ସତ୍ତ୍ୱେ ଦେଶ ଛାଡ଼ି ବିଦେଶରେ ନାମ କମାଇଥିବାର ନଜିର ରହିଛି। ସେଭଳି ଜଣେ ଖେଳାଳି ହେଲେ ଡେଭନ୍‌ କନ୍‌ଓ୍ବେ। ଦକ୍ଷିଣ ଆଫ୍ରିକାରେ ତାଙ୍କ ଜନ୍ମ। ହେଲେ ଏବେ ସେ ନ୍ୟୁଜିଲାଣ୍ଡ ଦଳରୁ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ଖେଳିବାକୁ ଯାଉଛନ୍ତି। ଏଭଳି କରି ସେ ଦକ୍ଷିଣ ଆଫ୍ରିକାର ପ୍ରଶଂସକଙ୍କୁ ନିଜର ପ୍ରତିଭା ଦେଖାଇବାକୁ ଚାହାନ୍ତି।

ଡେଭନ୍‌ଙ୍କୁ ଏବେ ୨୯ ବର୍ଷ। ସେ ନ୍ୟୁଜିଲାଣ୍ଡ ଆସିବା ପୂର୍ବରୁ ଜୋହାନସ୍‌ବର୍ଗରେ ରହୁଥିଲେ। ପ୍ରାରମ୍ଭିକ କ୍ରିକେଟରେ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେଣୁ ସେ ଦେଶ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ। ସେ ଦକ୍ଷିଣ ଆଫ୍ରିକା ପ୍ରଶାସକଙ୍କ ଉପରେ ବହୁତ ଖପ୍ପା ଥିଲେ। ଏଣୁ ସେ ନ୍ୟୁଜିଲାଣ୍ଡ ଯିବା ପୂର୍ବରୁ ନିଜର ସମସ୍ତ ଜମି ବିକି ଦେଇଥିଲେ। ସେ ଟି-୨୦ ଫର୍ମାଟର ଜଣେ ସଫଳ ବ୍ୟାଟ୍ସମ୍ୟାନ୍‌ ହୋଇଥିବା ବେଳେ ଧିରେଧିରେ ଟେଷ୍ଟ ଖେଳିବା ଆରମ୍ଭ କରିଥିଲେ। ଆଗାମୀ ଦିନରେ ନ୍ୟୁଜିଲାଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟି-୨୦ସିରିଜ ଆରମ୍ଭ ହେବାକୁ ଯାଉଥିବାରୁ ଏଥିରେ ଡେଭନ୍‌ଙ୍କ ଯାଦୁ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

Share