Categories: ଖେଳ

ଭାରତକୁ ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ଚେତାବନୀ

ଜୋହାନ୍ସବର୍ଗ,୩।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସୋମବାରଠାରୁ ଆରମ୍ଭ ହେଉଛି। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ଅଧିନାୟକ ଡିନ୍‌ ଏଲଗାର୍‌ ଭାରତକୁ ଚେତାବନୀ ଦେଇଛନ୍ତି। ଦ୍ୱିତୀୟ ଟେଷ୍ଟରେ ଦଳ ନିଶ୍ଚୟ ବିଜୟ ହାସଲ କରିବାକୁ ଚେଷ୍ଟା କରିବ ବୋଲି ସେ ଆଶାବାଦୀ ଅଛନ୍ତି। ଭେଟେରାନ ଉଇକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ ଟେଷ୍ଟ କ୍ରିକେଟରୁ ହଠାତ୍‌ ଅବସର ନେଇଥିବାରୁ ଏଲଗାର୍‌ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଆଫ୍ରିକୀୟ ତାଙ୍କ ଦଳ ଏହି ବିପର୍ଯ୍ୟୟରୁ ମୁକ୍ତି ପାଇବ ଏବଂ ଭାରତ ବିପକ୍ଷ ସାମ୍ପ୍ରତିକ ଟେଷ୍ଟ ସିରିଜକୁ ଫେରିବ। ତେଣୁ ଭାରତୀୟ ଦଳ ସତର୍କ ରହିବା ଜରୁରୀ ବୋଲି ଏଲଗାର କହିଛନ୍ତି। ଭାରତ ବିପକ୍ଷ ଓପନିଂ ଟେଷ୍ଟ ପରେ ମାତ୍ର ୨୯ ବର୍ଷ ବୟସରେ ଡି କକ ଖେଳର ଟେଷ୍ଟ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ସେଞ୍ଚୁରିୟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ପରାସ୍ତ କରିଥିଲା।

Share