Categories: ଖେଳ

ରୋମାଞ୍ଚକର ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଲା ଦକ୍ଷିଣ ଆଫ୍ରିକା

ଚେନ୍ନାଇ,୨୭।୧୦: ବିଶ୍ୱକପ୍‌ କ୍ରିକେଟ ୨୦୨୩ରେ ପାକିସ୍ତାନକୁ ପରାଜିତ କରିଛି ଦକ୍ଷିଣ ଆଫ୍ରିକା। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ବିଜୟ ଲାଗି ୨୭୧ ରନ୍‌ର ଟାର୍ଗେଟ ମିଳିଥିଲା। ଏହାକୁ ଦଳ ୪୭.୨ ଓଭରରେ ହାସଲ କରିନେଇଛି। ମହମ୍ମଦ ନଓ୍ବାଜଙ୍କ ବଲ୍‌ରେ କେଶବ ମହାରାଜ ଛକା ମାରି ଦଳକୁ ବିଜେତା କରାଇଛନ୍ତି।

ଏଯାବତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ୬ ମ୍ୟାଚ୍‌ ଖେଳିଥିବା ବେଳେ ଏହା ୫ମ ବିଜୟ। ଏହି ବିଜୟ ସହ ଦଳ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି। ଅପରପକ୍ଷେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ଗୋଟିଏ ମୁକାବିଲା ଅଧିକ ଖେଳିଛି। ଏବେ ଦଳ ଦ୍ୱିତୀୟ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ପହଞ୍ଚିଛି।

Share