Posted inଖେଳ

ଡବ୍ଲ୍ୟୁଟିସି ଫାଇନାଲ ଖେଳିବା ଆଶାରେ ଦକ୍ଷିଣ ଆଫ୍ରିକାର

ଜିକ୍‌ବରା,୯ା୧୨: ସ୍ଥାନୀୟ ସେଣ୍ଟ ଜର୍ଜ ପାର୍କଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୧୦୯ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ୨-୦ରେ ସିରିଜ ବିଜୟ ହୋଇଛି। ଏଥିସହିତ ପ୍ରଥମ ଥର ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ଫାଇନାଲ ଖେଳିବା ଲାଗି ଦଳର ଆଶା ସଞ୍ଚାର ହୋଇଛି। ମ୍ୟାଚ ଜିତିବା ଲାଗି ଦକ୍ଷିଣ ଆଫ୍ରିକା ୫ ଉଇକେଟ ଆବଶ୍ୟକ କରୁଥିବା ବେଳେ ୩୪୮ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଶ୍ରୀଲଙ୍କା ଆହୁରି ୧୪୩ ରନ ଦରକାର କରୁଥିଲା। ମାତ୍ର ଦକ୍ଷିଣ ଆଫ୍ରିକା ଧନଞ୍ଜୟ ଡି’ସିଲ୍‌ଭା ଓ କୁସାଲ ମେଣ୍ଡିସଙ୍କ ଉଇକେଟ ଅକ୍ତିଆର କରି ଭ୍ରମଣକାରୀ ଦଳର ବିପର୍ଯ୍ୟୟ ଘଟାଇଥିଲେ।

ଶ୍ରୀଲଙ୍କା ମଧ୍ୟାହ୍ନଭୋଜନ ପୂର୍ବରୁ ୨୩୮ ରନରେ ଅଲଆଉଟ ହୋଇଯାଇଥିଲା। ପତନ ଘଟିଥିବା ୫ଟି ଉଇକେଟ ମଧ୍ୟରୁ ସ୍ପିନର କେଶବ ମହାରାଜଙ୍କର ୩ଟି ରହିଥିଲା। ମହାରାଜଙ୍କର ୫/୭୬ ସହ କ୍ୟାରିୟର ୫ଉଇକେଟ ସଫଳତା ସଂଖ୍ୟା ୧୧ରେ ପହଞ୍ଚିଛି। ସିରିଜ ବିଜୟ ପରେ ଦକ୍ଷିଣ ଆଫ୍ରିକା ଡବ୍ଲ୍ୟୁଟିସି ଷ୍ଟାଣ୍ଡିରେ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇପାରିଛି। ଦଳ ଡିସେମ୍ବରରୁ ଘରୋଇ ମାଟିରେ ପାକିସ୍ତାନ ବିପକ୍ଷରେ ଆଉ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି। ଡବ୍ଲ୍ୟୁଟିସି ଷ୍ଟାଣ୍ଡିଂରେ ଦକ୍ଷିଣ ଆଫ୍ରିକା (୬୩.୩୩ ପ୍ରତିଶତ ପଏଣ୍ଟ) ପଛକୁ ଅଷ୍ଟ୍ରେଲିଆ (୬୦.୭୧) ଓ ଭାରତ (୫୭.୨୯) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁସଲମାନମାନେ ହିନ୍ଦୁ ବୋର୍ଡ ଚଲାଇବେ କି?’: ୱାକଫ ଆଇନର ବିବାଦ ମଧ୍ୟରେ କେନ୍ଦ୍ରକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୪: ସୁପ୍ରିମକୋର୍ଟ ବୁଧବାର ବିବାଦୀୟ ୱାକଫ ସଂଶୋଧନ ଆଇନ, ୨୦୨୫ ଉପରେ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ ଏହି ଆଇନକୁ ଚ୍ୟାଲେଞ୍ଜ...

ଡରାଇଲା ଭବିଷ୍ୟବାଣୀ, ଜୁଲାଇରେ ଆସିବ ଭୟଙ୍କର ସୁନାମୀ, ୩୦ଫୁଟ ଉଚ୍ଚତାରେ ଊଠିବ ଜୁଆର!

ଟୋକିଓ,୧୬।୫: ଜାପାନର ଜଣାଶୁଣା ଭବିଷ୍ୟବକ୍ତା ତଥା ପୂର୍ବତନ ମାଙ୍ଗା କଳାକାର ରୟୋ ତାତ୍ସୁକି, ଯିଏକି ‘ଜାପାନର ବାବା ଭେଙ୍ଗା’ ନାମରେ ପରିଚିତ, ଏକ ଭୟଙ୍କର ଭବିଷ୍ୟବାଣୀ...

ଏଣିକି ମୃତଦେହ ପରିବହନ ପାଇଁ ରହିବ କଲ୍‌ ସେଣ୍ଟର; ଘର କିମ୍ବା ଶ୍ମଶାନ ଯାଏ…

ଭୁବନେଶ୍ୱର,୧୬।୪: ରାଜ୍ୟରେ ଏଣିକି ଶବ ପରିବହନ ପାଇଁ କଲ ସେଣ୍ଟର ରହିବ। ୧୦୮ ଆମ୍ବୁଲାନ୍ସ ସେବା ଭଳି ଏଥିରେ ଟୋଲ ଫ୍ରି ନମ୍ବର ରହିବ। ବୁଧବାର...

ଶିଶୁ ଚାଲାଣ ମାମଲା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ ମାସ ମଧ୍ୟରେ ମାମଲାର ବିଚାର ଶେଷ କରନ୍ତୁ

ନୂଆଦିଲ୍ଲୀ,୧୬।୪: ଶିଶୁ ଚାଲାଣ ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଓ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଜଷ୍ଟିସ...

ଭାରତରେ ପ୍ରଥମ: ଏହି ଏକ୍ସପ୍ରେସ୍ ଟ୍ରେନରେ ଆରମ୍ଭ ହେବ ATM ସେବା

ନୂଆଦିଲ୍ଲୀ,୧୬।୪: ଭାରତର ପ୍ରଥମ ଟ୍ରେନ୍ ଭାବେ ମୁମ୍ବାଇ-ମନମାଡ ପଞ୍ଚବଟି ଏକ୍ସପ୍ରେସ୍ ATM ସେବା ଆରମ୍ଭ ହୋଇଛି ହୋଇଛି। ଏହି ATM ଟ୍ରେନର ଏକ ଏୟାରକଣ୍ଡିସନଡ୍(ଏସି) କୋଚ୍‌ରେ...

ମୁର୍ଶିଦାବାଦରେ ହିଂସା: ଓ୍ବକଫ ବିବାଦକୁ ନେଇ କାହିଁକି ଚୁପ୍‌ ମମତା

ମୁର୍ଶିଦାବାଦ, ୧୬।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାରେ ଓ୍ବକଫ (ସଂଶୋଧନ) ଆଇନ, ୨୦୨୫କୁ ବିରୋଧ କରି ହୋଇଥିବା ବିକ୍ଷୋଭ ହିଂସାରେ ପରିଣତ ହୋଇଛି। ଏହି ଘଟଣାରେ ଅତିକମରେ...

Job Alert: ଟିମ୍‌ ଇଣ୍ଡିଆରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଯୋଗ୍ୟତା; କିଏ-କିଏ ଏବଂ କିଭଳି କରିପାରିବେ ଆବେଦନ… 

ନୂଆଦିଲ୍ଲୀ,୧୬।୪: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ)ରେ ନିଯୁକ୍ତି ସୁଯୋଗ। ବୋର୍ଡ ପକ୍ଷରୁ ବୁଧବାର ଖାଲି ପଦବୀ ବିଷୟରେ ସୂଚନା ଦିଆଯାଇଥିଲା। ଇଣ୍ଡିଆ ମହିଳା ଟିମ୍‌କୁ ମୁଖ୍ୟ...

୩୦ଫୁଟ ପୋଲତଳୁ ମିଳିଲା ଯୁବକଙ୍କ ମୃତଦେହ : ବଢ଼ୁଛି ସନ୍ଦେହ

ପାଟଣା,୧୬।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଭୀମ କୁଣ୍ଡ ରାସ୍ତାର ଡୁମୁରିଆ ନାଳ ପୋଲ (୩୦)ଫୁଟ ତଳୁ ବୁଧବାର ଅପରାହ୍ନରେ ଜଣେ ଯୁବକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image