ଦକ୍ଷିଣ ଆଫ୍ରିକାରେ ପୋଲିସ-ଲୁଟେରାଙ୍କ ମଧ୍ୟରେ ସଂଘର୍ଷ, ୧୮ ସନ୍ଦିଗ୍ଧ ମୃତ

ପ୍ରେଟୋରିଆ,୨।୯: ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶରେ ଶୁକ୍ରବାର ପୋଲିସ ଏବଂ ସନ୍ଦିଗ୍ଧ ଲୁଟେରାଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୧୮ ଜଣ ସନ୍ଦିଗ୍ଧ ଲୁଟେରାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ରାଷ୍ଟ୍ରୀୟ ପୋଲିସ ଆୟୁକ୍ତ ଫୋନି ମାସେମୋଲା କହିଛନ୍ତି ଯେ, ଅଭିଯୁକ୍ତମାନେ ଏକ କ୍ୟାସ-ଇନ-ଟ୍ରାଞ୍ଜିଟ (ସିଆଇଟି) ସଶସ୍ତ୍ର ଭ୍ୟାନ ଲୁଟିବାକୁ ଯୋଜନା କରୁଥିଲେ ଏବଂ ଅନ୍ୟ ପ୍ରଦେଶରେ ମଧ୍ୟ ସମାନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ସେ କହିଛନ୍ତି ପ୍ରାୟ ୯୦ ମିନିଟ ଧରି ଚାଲିଥିବା ଗୁଳି ବିନିମୟରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆମେ ପୋଲିସ ଫୋର୍ସ ସହିତ ବିଲ୍ଡିଂରେ ପହଞ୍ଚିଥିଲୁ ଯେଉଁଠାରୁ ଗ୍ୟାଙ୍ଗ କାର୍ଯ୍ୟ କରୁଥିଲେ। ଏହି ସମୟରେ ସନ୍ଦିଗ୍ଧ ଲୁଟେରାମାନେ ଗୁଳି ଚଳାଇଥିଲେ। ଏହା ପରେ ପୋଲିସ ଏହାର ଜବାବରେ ୧୮ ଜଣ ସନ୍ଦିଗ୍ଧଙ୍କ ଉପରେ ଗୁଳି ଚଳାଇଥିଲା। ଏହା ବ୍ୟତୀତ ଅନ୍ୟ ୪ ଜଣ ଲୁଟେରାଙ୍କୁ ଭିନ୍ନ ସ୍ଥାନରୁ ଗିରଫ କରାଯାଇଛି।

 

Share