Categories: ଖେଳ

ଟସ୍‌ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ,୯।୬: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟିି-୨୦ ଶୃଙ୍ଖଳା ଗୁରୁବାର ଆରମ୍ଭ ହୋଇଛି। ଅରୁଣ ଜେଟଲି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରିଷଭ ପନ୍ତ ନେତୃତ୍ୱାଧୀନ ଭାରତ ବ୍ୟାଟିଂ କରିବ।

ଅନ୍ୟପକ୍ଷେ ଦୀନେଶ କାର୍ତ୍ତିକ ଦଳକୁ ଫେରିଛନ୍ତି। ସେହିପରି କେଏଲ୍‌ ରାହୁଲଙ୍କ ଅନୁପସ୍ଥିତିରେ ଈଶାନ କିଶନ ଏବଂ ଋତୁରାଜ ଗାଏକ୍ୱାଡ ଓପନିଂ କରିବେ। ଦଳରେ ଉପଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ରହିଥିବା ବେଳେ ଭୁବନେଶ୍ୱର କୁମାର ଓ ୟୁଜବେନ୍ଦର ଚହଲ ରହିଛନ୍ତି। ସେହିପରି ସ୍ପିନ ଅଲ୍‌ରାଉଣ୍ଡର ଭାବେ ଅକ୍ଷର ପଟେଲ ରହିଥିବା ବେଳେ ଦ୍ରୁତ ବୋଲିଂରେ ହର୍ଷଲ ପଟେଲ ଓ ଆଭେଶ ଖାନ ସମ୍ଭାଳିବେ। ମଧ୍ୟମ କ୍ରମରେ ଶ୍ରେୟସ ଆୟର ବ୍ୟାଟିଂ କରିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିଲା। କିନ୍ତୁ ସେ ଆହତ ହେବାରୁ ପନ୍ତ ଅଧିନାୟକ ଦାୟିତ୍ୱ ପାଇଛନ୍ତି।

 

Share