Categories: ଖେଳ

ଦକ୍ଷିଣ ଆଫ୍ରିକା ବିଶ୍ୱକପରୁ ବାହାର, ନେଦରଲାଣ୍ଡ ଜିତିଲା…

ମୋଲବୋର୍ନ,୬।୧୧ : ରବିବାର ଟି-୨୦ ବିଶ୍ୱକପରେ ନେଦରଲାଣ୍ଡ ସମସ୍ତଙ୍କୁ ଚକିତ କରିଛି। ଆଡିଲେଡରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଦଳ ପରାଜିତ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇ ଯାଇଛି। ସେମିଫାଇନାଲରେ ପହଞ୍ଚିବା ପାଇଁ ଆଫ୍ରିକୀୟ ଦଳକୁ ଏହି ମ୍ୟାଚ ଜିତିବା ଜରୁରୀ ଥିଲା। ଚାରିଟି ମ୍ୟାଚରେ ଦଳ ପାଞ୍ଚ ପଏଣ୍ଟ ପାଇଥିଲେ। ଯଦି ଦଳ ଏହି ମ୍ୟାଚ ଜିତିଥାନ୍ତା, ତେବେ ଶେଷ-୪ ରେ ପହଞ୍ଚିଥାନ୍ତ। କିନ୍ତୁ ଭାଗ୍ୟ ତାଙ୍କୁ ସହାୟକ ହୋଇନି।

ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦ ଓଭରରେ ୪ ଓ୍ବିକେଟ ହରାଇ ନେଦରଲାଣ୍ଡ ଦଳ ୧୫୮ ରନ୍‌ ସ୍କୋର କରିଥିଲା। ୧୫୯ ରନର ଲକ୍ଷ୍ୟ ଆଫ୍ରିକୀୟ ଦଳ ସାମ୍ନାରେ ଥିଲା। କିନ୍ତୁ ଦଳ ୨୦ ଓଭରରେ ଆଠ ୱିକେଟ ହରାଇ ମାତ୍ର ୧୪୫ ରନ ସ୍କୋର କରିପାରିଥିଲା। ପ୍ରାରମ୍ଭିକ ମ୍ୟାଚରେ ଭଲ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବିଫଳ ହୋଇଥିଲେ।

ଆଫ୍ରିକୀୟ ଦଳ ପାଇଁ ରିଲେ ରୋସୋ ସର୍ବାଧିକ ୨୫ ରନ ସଂଗ୍ରହ କରିଥିଲେ। ହେନ୍ରିଚ କ୍ଲାସେନ ୨୧, ଟେମ୍ବା ବାଭୁମା ୨୦, ଡେଭିଡ ମିଲର ଏବଂ ଆଡେନ ମାର୍କ୍ରାମ ୧୭ ରନ୍‌ ଲେଖାଏଁ କରିଥିଲେ। କ୍ୱିଣ୍ଟନ ଡି କକ ୧୩ ଏବଂ କେଶବ ମହାରାଜ ୧୩ ରନ କରିଥିଲେ। ନେଦରଲାଣ୍ଡ ପାଇଁ ବ୍ରେଣ୍ଡନ ଗ୍ଲୋଭର ତିନୋଟି ୱିକେଟ ନେଇଥିଲେ।

ଆଫ୍ରିକୀୟ ଦଳ ପାଞ୍ଚଟି ମ୍ୟାଚରେ ମାତ୍ର ପାଞ୍ଚ ପଏଣ୍ଟ ପାଇଥିଲା। ଦଳର ନିଟ ରନ ରେଟ +୦.୮୬୪ ରହିଛି। ଆଫ୍ରିକୀୟ ଦଳ ବାହାର ହେବା ପରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଏଥିରୁ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟ ଉପକୃତ ହୋଇଛନ୍ତି। ବର୍ତ୍ତମାନ ଉଭୟଙ୍କ ପାଇଁ ସୁଯୋଗ ରହିଛି।ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ମ୍ୟାଚର ବିଜେତା ସେମିଫାଇନାଲରେ ସ୍ଥାନ ପାଇବେ। ପାକିସ୍ତାନର ନିଟ ରନ ରେଟ ବର୍ତ୍ତମାନ +୧.୧୧୭ ରହିଛି। ଚାରିଟି ମ୍ୟାଚରୁ ଦଳ ଚାରି ପଏଣ୍ଟ ପାଇଛି। ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ ବାତିଲ ହେଲେ ମଧ୍ୟ ପାଞ୍ଚ ପଏଣ୍ଟ ସହ ଉନ୍ନତ ନିଟ ରନ ରେଟ ଆଧାରରେ ଦଳ ପାଇଁ ସୁଯୋଗ ରହିବ।

Share