ବ୍ରିକ୍ସ ସମ୍ମଳନୀରେ ନିଆଗଲା ବହୁ ବଡ ନିଷ୍ପତ୍ତି, ଆଫ୍ରିକା ରାଷ୍ଟ୍ରପତି କହିଲେ କେବେ ଆରମ୍ଭ ହେବ ନୂଆ ସଦସ୍ୟଙ୍କ କାର୍ଯ୍ୟକାଳ

ଜୋହାସନବର୍ଗ,୨୪।୮: ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ଶିଖର ସମ୍ମିଳନୀରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ। ଏହି ସମୟରେ ସିରିଲ ରାମାଫୋସା କହିଛନ୍ତି ଯେ ‘ଆମେ ଏକ ଚୁକ୍ତି କରିଛୁ, ଯାହା ଅଧୀନରେ ଆର୍ଜେଣ୍ଟିନା, ଇଜିପ୍ଟ, ଇଥିଓପିଆ, ଇରାନ, ସୌଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ବ୍ରିକ୍ସର ସମ୍ପୂର୍ଣ୍ଣ ସଦସ୍ୟ ହେବାକୁ ନିମନ୍ତ୍ରଣ କରାଯାଇଛି। ଏହି ନୂତନ ସଦସ୍ୟ ଦେଶଗୁଡ଼ିକର କାର୍ଯ୍ୟକାଳ ଜାନୁଆରୀ ୨୦୨୪ରୁ କାର୍ଯ୍ୟକାରୀ ହେବ।

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି କହିଛନ୍ତି ଯେ ‘ଏହି ସମ୍ମିଳନୀ ବ୍ରିକ୍ସର ଗୁରୁତ୍ୱକୁ ପୁନଃ ପ୍ରମାଣିତ କରିଛି, ଲୋକଙ୍କ ମଧ୍ୟରେ ସମ୍ପର୍କ, ବନ୍ଧୁତା ଏବଂ ସହଯୋଗ ବୃଦ୍ଧି କରିବ। ଜୋହାନସବର୍ଗରେ ଦୁଇଟି ଘୋଷଣା ଗ୍ରହଣ କରାଯାଇଛି, ଯାହା ବିଶ୍ୱ ଅର୍ଥନୈତିକ, ଆର୍ଥିକ ଏବଂ ରାଜନୈତିକ ଗୁରୁତ୍ୱ ଉପରେ ବ୍ରିକ୍ସ ବାର୍ତ୍ତା ପ୍ରତିଫଳିତ କରିଥାଏ। ଏହା ଅଂଶୀଦାର ମୂଲ୍ୟ ଏବଂ ସାଧାରଣ ସ୍ବାର୍ଥକୁ ପ୍ରତିଫଳିତ କରେ ଯାହା ପାଞ୍ଚଟି ବ୍ରିକ୍ସ ଦେଶ ମଧ୍ୟରେ ସହଯୋଗର ଆଧାର ଅଟେ।
ସେ କହିଛନ୍ତି ଯେ ସମ୍ପ୍ରସାରଣ ପ୍ରକ୍ରିୟା ପାଇଁ ମାର୍ଗଦର୍ଶିକା, ଆଦର୍ଶ ଏବଂ ପ୍ରକ୍ରିୟାଗୁଡ଼ିକୁ ଏକତ୍ର କରିବା ପରେ ନୂତନ ସଦସ୍ୟଙ୍କ ସମ୍ବନ୍ଧରେ ନିଷ୍ପତ୍ତି ନିଆଯାଇଛି। ରାମାଫୋସା କହିଛନ୍ତି ଯେ ବ୍ରିକ୍ସ ସହଭାଗିତାକୁ ଆହୁରି ମଜବୁତ କରିବା ଏବଂ ବ୍ରିକ୍ସ ସହଭାଗୀତା ମଡେଲକୁ ବିକଶିତ କରିବା ଏବଂ ଏଥିରେ ଦେଶ ଯୋଡିବା ପାଇଁ ଆମେ ଆମର ବୈଦେଶିକ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଇଛୁ। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମଧ୍ୟ ଚନ୍ଦ୍ରଯାନ- ୩ ମିଶନର ସଫଳତା ପାଇଁ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି।

Share