Categories: ଖେଳ

ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା

ଲଣ୍ଡନ,୧୪ା୮: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଛି ବଡ଼ ଝଟକା। ହାର୍ମଷ୍ଟ୍ରିଙ୍ଗ୍‌ ଆଘାତ କାରଣରୁ ସିରିଜରୁ ବାଦ୍‌ ପଡ଼ିଛନ୍ତି ଦ୍ରୁତ ବୋଲର ଡୁନାନ୍‌ ଓଲିଭର। ଇଂଲଣ୍ଡ ଲାୟନ୍ସ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ବେଳେ ଓଲିଭରଙ୍କ ହାର୍ମଷ୍ଟ୍ରିଙ୍ଗ୍‌ ଟାଣି ହୋଇଯାଇଥିଲା। ପରେ ଏମ୍‌ଆର୍‌ଆଇ କରାଯାଇଥିଲା। ଡାକ୍ତର ହଶେନ୍ଦ୍ର ରାମଜୀଙ୍କ ସୂଚନା କ୍ରମେ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଥିଲା। କାଗିସୋ ରାବାଡା ସୁସ୍ଥ ହେଉଥିବାରୁ ବିକଳ୍ପ ପେସ୍‌ ବୋଲରଙ୍କୁ ଦଳରେ ସାମିଲ କରାଯାଇନାହିଁ। ବୁଧବାର ଲର୍ଡସରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ।

Share