ସମସ୍ତ ଦେଶର କୋଭିଡ-୧୯ ଟିକାକରଣ ସାର୍ଟିଫିକେଟକୁ ମାନ୍ୟତା ଦେଲା ଦକ୍ଷିଣ ଆଫ୍ରିକା

ଜୋହାନସବର୍ଗ,୨୯ ।୫: ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ଦ୍ୱାରା ଦିଆଯାଉଥିବା ତଥ୍ୟକୁ ନେଇ ଉପୁଜୁଥିବା ଭ୍ରମକୁ ଦୂର କରିବାକୁ ଦକ୍ଷିଣ ଆଫ୍ରିକା ସରକାର ସବୁ ଦେଶର କୋଭିଡ ଟିକାକରଣ ପ୍ରମାଣ ପତ୍ରକୁ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସରକାର କହିଛନ୍ତି ଦେଶରେ ଏଣିକି ସମସ୍ତ କୋଭିଡ ଟିକାକରଣ ସାର୍ଟିଫିକେଟକୁ ମାନ୍ୟତା ଦିଆଯିବ । ବିଶେଷ କରି ଏହା ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ କରାଯାଇଛି । କାରଣ କେତେକ ଯାତ୍ରୀ ତାଙ୍କ ମୂଳ ଦେଶ ଦ୍ୱାରା ଜାରି କରାଯାଇଥିବା ପ୍ରମାଣ ପତ୍ର ପାଇଥିଲେ ବି କୋଭିଡ ପରିକ୍ଷଣ ପରେ ସମ୍ଭାବିତ କ୍ୱାରାଣ୍ଟାଇନରେ ରହିବାକୁ ପଡୁଥିଲା ।
ଦକ୍ଷିଣ ଆଫ୍ରିକା ସରକାରୀ ସଂଚାର ଓ ସୂଚନା ସେବା(ଜିସିଆଇଏସ) ଶୁକ୍ରବାର ଏକ ବୟାନରେ କହିଛି, ଦକ୍ଷିଣ ଆଫ୍ରିକା ସରକାର ଟିକାକରଣ ଘଟଣାକୁ ଗୁରୁତର ସହ ନେଇଛନ୍ତି । ସେ କହିଛନ୍ତି ଯେଉଁ ଅନ୍ତରାଷ୍ଟ୍ରୀୟ ଯାତ୍ରୀମାନେ କରୋନା ଟିକା ନେବାର ପ୍ରମାଣ ପତ୍ର ରଖିଛନ୍ତି ହେଲେ କିଛି ନିୟମ ଯୋଗୁ ଏହା ଗ୍ରହଣୀୟ ହେଉ ନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ ଦେଶର ଟିକାକରଣ ସାର୍ଟିଫିକେଟକୁ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Share