Categories: ଖେଳ

ଭାରତକୁ ହଟାଇ ପଏଣ୍ଟ ଟେବୁଲ୍‌ ଶୀର୍ଷରେ ଦକ୍ଷିଣ ଆଫ୍ରିକା

ପୁଣେ,୧।୧୧: ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ୧୯୦ ରନ ବ୍ୟବଧାନରେ ପରାସ୍ତ କରିଛି। ଜିତିବା ପାଇଁ ନ୍ୟୁଜିଲାଣ୍ଡ ୩୫୮ ରନ ଲକ୍ଷ୍ୟ ଥିଲା, କିନ୍ତୁ କିୱି ଦଳ ମାତ୍ର ୧୬୭ ରନ୍‌ରେ ସୀମିତ ରହିଥିଲା। ଦକ୍ଷିଣ ଆଫ୍ରିକାର ବୋଲରଙ୍କ ସାମ୍ନାରେ ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ୍‌ମାନେ ଅସହାୟ ମନେ ହେଉଥିଲେ। ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ୍‌ମାନେ ନିୟମିତ ବ୍ୟବଧାନରେ ପାଭିଲିୟନକୁ ଫେରିଥିଲେ। ଫଳସ୍ବରୂପ କିୱି ଦଳକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଲା।
ଏହି ବିଜୟ ପରେ ଦକ୍ଷିଣ ଆଫ୍ରିକା ଦଳ ପୁଣି ଥରେ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ୭ଟି ମ୍ୟାଚରେ ୧୨ ପଏଣ୍ଟ ପାଇଛି। ଗୋଟିଏ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା ଦଳ ୬ଟି ମ୍ୟାଚ ଜିତିଛି। ୬ଟି ମ୍ୟାଚରେ ଭାରତୀୟ ଦଳ ୧୨ ପଏଣ୍ଟ ପାଇଛି। ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ ଜିତିଛି। ଏହିପରି ଭାରତ ଏବଂ ଦକ୍ଷିଣ ଆଫ୍ରିକାର ସମାନ ୧୨-୧୨ ପଏଣ୍ଟ ରହିଛି, କିନ୍ତୁ ଭଲ ନେଟ ରନ ରେଟ୍‌ ହେତୁ ଦକ୍ଷିଣ ଆଫ୍ରିକା ଦଳ ଶୀର୍ଷରେ ଅଛି।

Share