Categories: ଖେଳ

ଦକ୍ଷିଣ ଆଫ୍ରିକା ଗସ୍ତ: ରୋହିତ-ବିରାଟ-ହାର୍ଦ୍ଦିକ ଦଳରୁ ବାହାର !…

କୋଲକାତା,୩୦।୧୧ : ଡିସେମ୍ବର ୧୦ ରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଯାତ୍ରା ଆରମ୍ଭ କରିବ। ଏହି ଭ୍ରମଣରେ ଟିମ ଇଣ୍ଡିଆକୁ ତିନୋଟି ଟି-୨୦, ତିନୋଟି ଏକଦିବସୀୟ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବାକୁ ପଡିବ । ଏହି ସିରିଜ ପୂର୍ବରୁ ଟିମ ଇଣ୍ଡିଆର ଦଳ ସହ ଜଡିତ ବିଭିନ୍ନ କଳ୍ପନାଜଳ୍ପନା ଜାରି ରହିଛି। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବିଷୟରେ ପୂର୍ବରୁ ଖବର ଆସିଥିଲା ଉଭୟେ ହ୍ବାଇଟ ବଲ ସିରିଜରୁ ଦୂରରେ ରହିବେ ଏବଂ ଉଭୟ ଟେଷ୍ଟ ସିରିଜରେ ପ୍ରତ୍ୟାବର୍ତ୍ତନ କରିବେ। ଏବେ ସମାନ ଖବର ନେଇ ପୁଣି ଚର୍ଚ୍ଚା ହେଉଛି ।ଏହା ମଧ୍ୟ କୁହାଯାଉଛି ଏହି ଭ୍ରମଣରେ ଟିମ ଇଣ୍ଡିଆ ପାଇଁ ଦୁଇଜଣ ଅଧିନାୟକ ରହିପାରନ୍ତି ଏବଂ ଏହାର ଦଳ ଖୁବ ଶୀଘ୍ର ଘୋଷଣା ହେବ।

ଏହି ସିରିଜ ପାଇଁ ଦଳ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ସୂଚନା ଅନୁଯାୟୀ, ଦଳ ୩୦ ନଭେମ୍ବର ଗୁରୁବାର ଦିନ ଏହି ଯାତ୍ରା ପାଇଁ ଘୋଷଣା ହୋଇପାରେ। ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ତିନିଟି ସିରିଜରୁ ବାହାରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ରୋହିତ ଶର୍ମା ଏବଂ ବିରାଟ କୋହଲି ହ୍ବାଇଟ ବଲ ସିରିଜଠାରୁ ଦୂରରେ ରହିବେ। ବିରାଟ କୋହଲିଙ୍କ ବିଷୟରେ ବିସିସିଆଇ ସୂତ୍ରରୁ ସୂଚନା ମଧ୍ୟ ମିଳିଥିଲା ବିରାଟ କିଛି ସମୟ ପାଇଁ ହ୍ବାଇଟ ବଲ କ୍ରିକେଟରୁ ବିରତି ନେବାକୁ ଚାହୁଁଛନ୍ତି। ଏଥିପାଇଁ ସେ ବିସିସିଆଇକୁ ମଧ୍ୟ ସୂଚନା ଦେଇଛନ୍ତି। ଏବେ ପ୍ରଶ୍ନ ହେଉଛି କିଏ ସିରିଜରେ ଦଳର ଅଧିନାୟକ ହେବେ?

ସମ୍ଭାବ୍ୟ ଟି-୨୦ ଦଳ: କେ.ଏଲ ରାହୁଲ (ଅଧିନାୟକ), ଯଶସ୍ବୀ ଜୈସୱାଲ, ଶୁଭମାନ ଗିଲ, ଋତୁରାଜ ଗାଇକ୍ୱାଡ, ଇଶାନ କିଶନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ରିଙ୍କୁ ସିଂ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ରବି ବିଶ୍ନୋଇ, ଜସପ୍ରୀତ ବୁମରା, ମୁକେଶ କୁମାର, ଅର୍ଶଦୀପ ସିଂହ

ସମ୍ଭାବ୍ୟ ଏକଦିବସୀୟ ଦଳ: କେ.ଏଲ ରାହୁଲ (ଅଧିନାୟକ), ଶୁଭମାନ ଗିଲ, ଯଶସ୍ବୀ ଜୈସୱାଲ, ତିଲକ ସ୍ବର୍ମା, ଇଶାନ କିଶନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ରବି ବିଶ୍ନୋଇ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ମହମ୍ମଦ ଶାମି, ଅର୍ଶଦୀପସିଂ / ମୁକେଶ କୁମାର।

ସମ୍ଭାବ୍ୟ ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଅଜିଙ୍କ୍ୟ ରାହାନେ, ସୂର୍ଯ୍ୟକୁମାର ଯାଦବ, କେ.ଏଲ ରାହୁଲ (ଉପ-ଅଧିନାୟକ), ଇଶାନ କିଶନ (ୱିକେଟ କିପର), ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଜସପ୍ରିତ ବୁମରା, ମହମ୍ମଦ ସିରାଜ, ମହମ୍ମଦ ଶାମି, ମୁକେଶ କୁମାର।

Share