Categories: ଖେଳ

ଭାରତର ବିଜୟ ପାଇଁ ପୂଜାର୍ଚ୍ଚନା, ହୋମଯଜ୍ଞ: ପ୍ରୟାଗରାଜରେ ଗଙ୍ଗା ଆଳତି କଲେ ପ୍ରଶଂସକ

ଭୁବନେଶ୍ୱର/ପ୍ରୟାଗରାଜ,୨୯।୬: ଆଉ କିଛି ଘଣ୍ଟା ମଧ୍ୟରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ୍‌। ଏନେଇ ଦେଶର କୌଣ ଅନୁକୌଣରେ ବେଶ୍‌ ଉତ୍ସାହ ରହିଥିବା ବେଳେ କ୍ରିକେଟ କ୍ରେଜ୍‌ ଦେଖିବାକୁ ମିଳିଛି। ଏପରିକି ଟି୨୦ ବିଶ୍ୱକପରେ ବିଜୟ ପାଇଁ ଟିମ୍‌ ଇଣ୍ଡିଆକୁ ବେଷ୍ଟ ଉଇସେସ ଜଣାଇବା ଆରମ୍ଭ ହୋଇଯାଇଛି। ଏପରିକି ଗଣମାଧ୍ୟମରେ କୁନି କୁନି ପିଲାମାନେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବା ସହ ଭାରତ ଟି୨୦ ବିଶ୍ୱକପ୍‌ ଆଣିବ ବୋଲି ଆଶାବାଦୀ ରହିଛନ୍ତି। ଏପରିକି ଭାରତର ବିଜୟ ପାଇ ଦେଶର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଉଛି। ଏପରିକି ପ୍ରୟାଗରାଜରେ କ୍ରିକେଟ ପ୍ରଶଂସକ ଗଙ୍ଗା ଆଳତି କରିଛନ୍ତି।

ଟି୨୦ କ୍ରିକେଟ ବିଶ୍ୱକପ ଫାଇନାଲ ମ୍ୟାଚ କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନରଅପ ଭାରତ ତୃତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ଭାରତ ଦ୍ୱିତୀୟ ଥର ଟାଇଟଲ ହାସଲ ଲକ୍ଷ୍ୟରେ ଥିବା ବେଳେ ପ୍ରଥମ ଥର ବିଶ୍ୱପକ ଫାଇନାଲ ମ୍ୟାଚ ଖେଳିବ ଦକ୍ଷିଣ ଆଫ୍ରିକା।

Share