ଜୋହାନ୍ସବର୍ଗ,୧୬।୪: ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ତୃତୀୟ ଟି-୨୦ ମ୍ୟାଚ୍ରେ ଭ୍ରମଣକାରୀ ଦଳ ୯ ଉଇକେଟ୍ରେ ବିଜୟ ହାସଲ କରିଛି। ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ପାକିସ୍ତାନ ୨-୧ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍ରେ ଅଧିନାୟକ ବାବର ଆଜମ ୫୯ଟି ବଲରୁ ୧୨୨ ରନ୍ର ଇନିଂଶ ଖେଳିଥିଲେ। ତୃତୀୟ ଟି -20ରେ ଦକ୍ଷିଣ ଆଫ୍ରିକା ମାର୍କ୍ରାମ ୨୦୩ ସ୍କୋର କରିଥିଲା। ଏହା ଜବାବରେ ବାବର ୧୨୨ ଏବଂ ରିଜୱାନଙ୍କ ୭୩ ରନ ବଳରେ ପାକିସ୍ତାନ ୧୮ ଓଭରରେ ଗୋଟିଏ ଉଇକେଟ ହରାଇ ମ୍ୟାଚ୍ ଜିତିଥିଲା। ଏହା ମଧ୍ୟ ପାକିସ୍ତାନ ଅଧିନାୟକ ବାବରଙ୍କ ପ୍ରଥମ ଟି -୨୦ ଅନ୍ତର୍ଜାତୀୟ ଶତକ ଥିଲା। ସେ ପାକିସ୍ତାନର ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ଶତକ ହାସଲ କରିଥିଲେ। ଏହାପୂର୍ବରୁ ଅହମ୍ମଦ ଶାହାଜାଦ ଶତକ ମାରିଥିଲେ।
ଏହି ମ୍ୟାଚରେ ବାବର ଆଜାମ ଏବଂ ମହମ୍ମଦ ରିଜୱାନଙ୍କ ମଧ୍ୟରେ ପ୍ରଥମ ଉଇକେଟ ପାଇଁ ୧୯୭ ରନର ଐତିହାସିକ ଭାଗିଦାରୀ ମଧ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନ ପକ୍ଷରୁ ପ୍ରଥମ ଉଇକେଟ ପାଇଁ ଏହା ମଧ୍ୟ ସର୍ବାଧିକ ଭାଗିଦାରୀ ରେକର୍ଡ। ଏହାପୂର୍ବରୁ ମେ ୨୦୧୫ରେ ଜିମ୍ବାୱେ ବିପକ୍ଷରେ ମୁଖାର୍ ଅହମ୍ମଦ ଏବଂ ଅହମ୍ମଦ ଶେହଜାଦଙ୍କ ଯୋଡି ୧୪୨ଯୋଡିଥିଲେ। ମେ ୨୦୧୦ରେ, ସଲମାନ ବଟ ଏବଂ କମ୍ରାନ ଆକମଲଙ୍କ ମଧ୍ୟରେ ସମାନ ରନ ମଧ୍ୟ ଅଂଶୀଦାର ହୋଇଥିଲା।