Categories: ଖେଳ

ଦକ୍ଷିଣ ଆଫ୍ରିକା, ୱେଲ୍ସ, ଆର୍ଜେଣ୍ଟନା ବିଜୟୀ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୮।୧: ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହକି ବିଶ୍ୱକପ୍‌ କ୍ଲାସିଫିକେଶନ ମ୍ୟାଚରେ ଦକ୍ଷିଣ ଆଫ୍ରିକା, ୱେଲ୍ସ ଓ ଆର୍ଜେଣ୍ଟିନା ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ୬-୩ ଗୋଲରେ ମାଲେସିଆକୁ ହରାଇଥିଲା। ବିଜୟୀ ଦଳ ପକ୍ଷରୁ ବ୍ରାଡ୍‌ଲି ଶେରଉଡ୍‌ ୯ ଓ ୫୭ତମ ମିନିଟରେ ୨ଟି ଏବଂ ଗୟ ମୋର୍ଗାନ ୧୭, ଏନ୍‌କୋବିଲ ଏନ୍‌ଟୁଲି୨୬, କିନାନ ଗ୍ରେଗ୍‌ ହର୍ନ ୪୩ ଓ ମୁସ୍ତାଫା କାସିମ ୪୪ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ମାଲେସିଆ ପକ୍ଷରୁ ମହମ୍ମଦ ରାଜି ରହିମ ୩୫ ଓ ୪୫ତମ ମିନିଟରେ ୨ଟି ଏବଂ ମହମ୍ମଦ ଫିରହାନ ଅନସାରି ୫୭ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ୱେଲ୍ସ ଓ ଫ୍ରାନ୍ସ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ ନିର୍ଦ୍ଧାରିତ ସମୟରେ ୨-୨ ଗୋଲରେ ବରାବର ରହିଥିଲା। ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲ୍ଟି ଶୁଟ୍‌ଆଉଟର ସହାୟତା ନିଆଯାଇଥିଲା। ଏହି ପର୍ଯ୍ୟାୟରେ ୱେଲ୍ସ ୨-୧ ଗୋଲରେ ଫ୍ରାନ୍ସକୁୁ ପରାସ୍ତ କରିଥିଲା। ପ୍ରଥମଥର ପାଇଁ ବିଶ୍ୱକପ ଖେଳିବା ସୁଯୋଗ ପାଇଥିବା ୱେଲ୍ସର ଚଳିତ ଟୁର୍ନାମେଣ୍ଟରେ ଏହାଥିଲା ପ୍ରଥମ ବିଜୟ। ଅନ୍ୟ ଏକ କ୍ଲାସିଫିକେଶନ ମ୍ୟାଚରେ ଆର୍ଜେଣ୍ଟିନା ୮-୦ ଗୋଲରେ ଚିଲିକୁ ହରାଇ ଦେଇଥିଲା। ବିଜୟୀ ଦଳ ପକ୍ଷରୁୁ ମାଇକୋ କାସେଲା ୧୭ ଓ ୩୪ତମ ମିନିଟରେ ୨ଟି, ନିକୋଲାସ ଡେଲା ଟୋରେ ୯ମ, ଲୁକାସ ଟୋସକାନି ୧୯, ବୌଟିଷ୍ଟା କାପୁରୋ ୨୩, ନିକୋଲାସ ସାଣ୍ଟିଆଗୋ କିନାନ ୨୫, ମାର୍ଟିିନ ଇଗ୍ନାସିଓ ଫେରେରୋ ୫୧ ଓ ଟୋମାସ ମାଇକେଲ ଡୋମେନେ ୫୬ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ୯ରୁ ୧୨ତମ ସ୍ଥାନ ପାଇଁ କ୍ଲାସିଫିକେଶନ ମ୍ୟାଚରେ ୱେଲ୍ସକୁ ଆର୍ଜେଣ୍ଟନା ଭେଟିବ।

Share