Categories: ଖେଳ

ଟସ ଜିତିଲା ଦକ୍ଷିଣ ଆଫ୍ରିକା, ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…

ରାଞ୍ଚି,୯।୧୦ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ରାଞ୍ଚିରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍‌ ଦକ୍ଷିଣ ଆଫ୍ରିକାର ନିୟମିତ ଅଧିନାୟକ ଟେମ୍ବା ବାଭୁମା ଏହି ମ୍ୟାଚରେ ଖେଳୁ ନାହାଁନ୍ତି। କେଶବ ମହାରାଜ ତାଙ୍କ ସ୍ଥାନରେ ଅଧିନାୟକ ଭାବେ ଖେଳୁଛନ୍ତି। ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ ଭାରତ ପାଇଁ ଡେବ୍ୟୁ କରିବାର ସୁଯୋଗ ମିଳିଛି। ଟିମ ଇଣ୍ଡିଆ ସିରିଜ ସମାନ କରିବାକୁ ପଡ଼ିଆକୁ ଓହ୍ଲାଇଛି।

ଲକ୍ଷ୍ନୌରେ ପ୍ରଥମ ଏକଦିବସୀୟ ଜିତିବା ପରେ ଦକ୍ଷିଣ ଆଫ୍ରିକା୧-୦ରେ ଅଗ୍ରଣୀ ରହିଛି।

Share