Categories: ଖେଳ

ପୁଣି ଟସ୍‌ ହାରିଲେ ପନ୍ତ, ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ନାହିଁ…

ବିଶାଖାପଟନମ୍‌,୧୪।୬: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ବି ଭାରତ ଅଧିନାୟକ ଋଷଭ ପନ୍ତ ଟସ୍‌ ହାରିଛନ୍ତି। ପୂର୍ବରୁ ଦୁଇ ମ୍ୟାଚ୍‌ରେ ମଧ୍ୟ ସେ ଟସ୍‌ ହାରିଥିଲେ। ଉଭୟ ମ୍ୟାଚ୍‌ରେ ଦଳ ପରାଜିତ ହୋଇଥିଲା। ଫଳରେ ଆଜିର ମ୍ୟାଚ୍‌ଟି ବେଶ ଗୁରୁତ୍ୱ ବହନ କରୁଛି। ତେବେ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଭାରତ ଆଜିର ମ୍ୟାଚ ହାରିଲେ ଦକ୍ଷିଣ ଆଫ୍ରିକାଠାରୁ ଟି-୨୦ ସିରିଜ ହାରିଯିବ।

ପୂର୍ବ ଦୁଇଟି ମ୍ୟାଚ୍‌ର ଫଳାଫଳକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକା ଦଳ ମଙ୍ଗଳବାର ଏହାର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଅପରପକ୍ଷେ ଲଗାତର ଦୁଇଟି ପରାଜୟ ପରେ ମଧ୍ୟ ଭାରତୀୟ ଦଳ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଏହାର ଅର୍ଥ ଅର୍ଶଦୀପ ସିଂହ ଓ ଉମ୍ରାନ ମଲିକଙ୍କ ଡେବ୍ୟୁ କରିବାର ଅପେକ୍ଷା କରିବାକୁ ପଡ଼ିବ।

୩ ଟି୨୦ ଲାଗି ଉଭୟ ଦଳ:
ଟିମ୍‌ ଇଣ୍ଡିଆ: ଈଶାନ କିଶନ, ଋତୁରାଜ ଗାଏକ୍‌ଓ୍ବାଡ, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଆଭେଶ ଖାନ ଓ ୟୁଜବେନ୍ଦ୍ର ଚହଲ।

ଦକ୍ଷିଣ ଆଫ୍ରିକା: ରୀଜା ହେଣ୍ଡ୍ରିକ୍ସ, ତେମ୍ବା ବାଭୁମା, ରାସି ଭାନ ଡେର ଡୁସେନ, ଡାଭିଡ ମିଲର, ହେନରିଚ କ୍ଲାସେନ, ୱେନ ପାର୍ଣ୍ଣେଲ, ଡେୱନ ପ୍ରିଟୋରିୟସ, କେଶବ ମହାରାଜ, ତାବ୍ରାଇଜ ଶାମସି, କାଗିସୋ ରବାଡା ଓ ଅନରିଚ ନର୍ଖିୟା

Share