ଜୋହାନ୍ସବର୍ଗ,୧୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଜୋହାନ୍ସବର୍ଗରେ ଖେଳାଯାଉଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ ମାର୍କ୍ରାମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାଇ ସୁଦର୍ଶନ ଭାରତ ପାଇଁ ଡେବ୍ୟୁ କରୁଛନ୍ତି। ଏଥି ସହିତ ରିଙ୍କୁ ସିଂ ଟିମ ଇଣ୍ଡିଆର ଏକାଦଶ ଖେଳିବାରେ ସୁଯୋଗ ପାଇ ନାହାଁନ୍ତି।
୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତର ନେତୃତ୍ୱ ନେଉଥିବା କେ.ଏଲ୍. ରାହୁଲଙ୍କ ଉପରେ ସମସ୍ତଙ୍କ ଅଧିକ ନଜର ରହିବ। ଏହି ଉଇକେଟକିପର ବ୍ୟାଟର ଅତୀତରେ ଭାରତର କାମଚଳା ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି। କିନ୍ତୁ ଏହି ସିରିଜରେ ଭଲ ପ୍ରଦର୍ଶନ କରିପାରିଲେ ବେଙ୍ଗାଲୁରୁର ଏହି ଖେଳାଳିଙ୍କୁ ଦୀର୍ଘ ଦିନ ପାଇଁ ଅନ୍ତର୍ଜାତୀୟ ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ମିଳିପାରେ।