Categories: ଖେଳ

୯ ରନ୍‌ରେ ହାରିଲା ଭାରତ

ଲକ୍ଷ୍ନୌ,୬।୧୦: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରଜ୍‌ର ପ୍ରଥମ ମ୍ୟାଚରେ ଭାରତ ୯ ରନ୍‌ରେ ହାରି ଯାଇଛି। ଫଳରେ ଦକ୍ଷିଣ ଆଫ୍ରିକା ୧-୦ରେ ସିରିଜ ଆଗୁଆ ହୋଇଛି। ସଞ୍ଜୁ ସାମସନ ଓ ଶ୍ରେୟସ ଆୟାରଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ପରାଜୟ ବରଣ କରିଛି।

୨୫୦ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଭାରତ ୪୦ ଓଭରରେ ୮ ଉଇକେଟରେ ୨୪୦ ରନ୍‌ କରିବାରେ ସମର୍ଥ ହୋଇଥିଲା। ବର୍ଷା କାରଣରୁ ମ୍ୟାଚକୁ ୪୦ ଓଭର ବିଶିଷ୍ଟ କରାଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ୪ ଉଇକେଟରେ ୨୪୯ ରନ୍‌ କରିଥିଲା। ୨୫୦ ରନ୍‌ ଲକ୍ଷ୍ୟରେ ଭାରତର ଆରମ୍ଭରୁ ଫେଲ୍‌ ମାରିଥିଲା। ୫୧ ରନରେ ଦଳ ୪ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ତେବେ ଶ୍ରେୟସ୍‌ ଆୟର(୫୦) ଓ ସଞ୍ଜୁ ସାମସନ୍‌(୮୬*)ଙ୍କ ମଧ୍ୟରେ ୬୭ ରନ୍‌ର ଭାଗୀଦାରି ହୋଇଥିଲା। ଆୟର ପ୍ୟାଭିଲିୟନ୍‌ ଫେରିବା ପରେ ଶାର୍ଦ୍ଦୂଲ ଠାକୁର(୩୩)ଙ୍କ ସହ ମିଶି ସଞ୍ଜୁ ୯୩ ରନ୍‌ ଯୋଡିଥିଲେ। ହେଲେ ବିଜୟ ପାଇଁ ଶେଷ ଓଭରରେ ୩୦ ରନ୍‌ ଥିବା ବେଳେ ଟାବରେଜ୍‌ ସାମ୍ସି ମାତ୍ର ୨୦ ରନ୍‌ ଦେଇଥିଲେ।

Share