Posted inଖେଳ

ଦକ୍ଷିଣ ଆଫ୍ରିକା ୩-୨ରେ ସିରିଜ ବିଜୟୀ

ସେଣ୍ଟ ଜର୍ଜ (ଗ୍ରେନେଡା), ୫ା୭ (ଏପି)-ସ୍ଥାନୀୟ ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ୫ମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୨୫ରନରେ ଓ୍ବେଷ୍ଟଇଣ୍ଡିିଜକୁ ପରାସ୍ତ କରିଛି। ଏଡେନ ମାରକ୍ରାମ ଓ କ୍ୱିଣ୍ଟନ ଡି’କକ୍‌ ଦ୍ୱିତୀୟ ଉଇକେଟରେ ୧୨୭ରନ ଯୋଗ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ବିଜୟ ଦ୍ୱାରା ଦକ୍ଷିଣ ଆଫ୍ରିକା ୩-୨ରେ ସିରିଜ ବିଜୟ ହାସଲ କରିଛି। ଏଡେନ ମାରକ୍ରାମ ପ୍ଲେୟର ଅଫ୍‌ ଦି ମ୍ୟାଚ ଏବଂ ଟାବ୍ରେଜ୍‌ ଶାମ୍‌ସି ପ୍ଲେୟର ଅଫ୍‌ ଦି ସିରିଜ ହୋଇଛନ୍ତି। ମାରକ୍ରାମ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୭୦ରନ (୪୮ବଲ୍‌, ୩ ଚୌକା ଓ ୪ ଛକା) ସଂଗ୍ରହ କରିଥିଲେ। ଡି’କକ୍‌ ୪୨ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୬୦ ରନ କରିଥିଲେ। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ବିନିମୟରେ ୧୬୮ରନ କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୯ଉଇକେଟ ବିନିମୟରେ ୧୪୩ ରନ କରିଥିଲା।
ସଂକ୍ଷିପ୍ତ ସ୍କୋର
ଦକ୍ଷିଣ ଆଫ୍ରିକା: ୨୦ ଓଭରରେ ୧୬୮/୪ (ମାରକ୍ରାମ-୭୦, ଡି’କକ୍‌-୬୦, ଫିଡେଲ ଏଡଓ୍ବାଡର୍‌ସ-୨/୧୯)।
ଓ୍ବେଷ୍ଟଇଣ୍ଡିଜ: ୨୦ ଓଭରରେ ୧୪୩/୯ (ଏଭିନ୍‌ ଲୁଇସ୍‌-୫୨, ସିମରନ ହେଟମେୟର-୩୩, ଲୁନ୍‌ଗି ଏନ୍‌ଗିଡି-୩/୩୨, କାଗିସୋ ରାବାଡା-୨/୨୪, ଓ୍ବିଆନ ମଲ୍ଡର-୨/୩୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ମିଥଙ୍କ ଶତକ:ଅଷ୍ଟ୍ରେଲିଆ ୪୭୪ ରନ୍‌ରେ ଅଲଆଉଟ୍‌

ମେଲବୋର୍ନ,୨୭।୧୨:ମେଲବୋର୍ନ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୭୦ ରନ ସଂଗ୍ରହ କରିଛି। ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ଦଳ ୩୧୧ ସ୍କୋର ସହ ଇନିଂସ ଅଗ୍ରଗତି କରିବା...

କଳା ବ୍ୟାଣ୍ଡ୍‌ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି: ଜାଣନ୍ତୁ କାହିଁକି

ମେଲବୋର୍ନ,୨୭।୧୨: ବର୍ଡର-ଗାଭାସ୍କର ଟ୍ରଫି ୨୦୨୫-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଜାନୁଆରୀ ୨୬ରୁ ଖେଳାଯାଉଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏହି ଟେଷ୍ଟ ମ୍ୟାଚ ଖେଳାଯାଉଛି। ଅଷ୍ଟ୍ରେଲିଆ ଦଳ...

ସମସ୍ତଙ୍କ ସାମ୍ନାରେ ନିଜର ଭୁଲ ସ୍ବୀକାର କଲେ କୋହଲି, କହିଲେ-ହଁ, ମୁଁ…

ନୂଆଦିଲ୍ଲୀ,୨୬।୧୨: ବର୍ଡର-ଗାଭାସ୍କର ଟ୍ରଫିରେ କ୍ରିକେଟର ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ପର୍ଥ ଟେଷ୍ଟରେ ଶତକ ଲଗାଇଥିଲେ ହେଁ ଆଗାମୀ ୩...

ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଆଧିପତ୍ୟ ଜାରି: ୪ ବ୍ୟାଟ୍ସମ୍ୟାନ୍‌ ହାସଲ କଲେ ଅର୍ଦ୍ଧଶତକ

ମେଲବୋର୍ନ,୨୬।୧୨: ମେଲବୋର୍ନରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନ ଆୟୋଜକ ଅଷ୍ଟ୍ରେଲିଆ ନାମରେ ହୋଇଥିଲା। ପାଞ୍ଚ ମ୍ୟାଚ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚରେ ୧୯...

ଏହି କାମ ପାଇଁ କୋହଲିଙ୍କ ଉପରେ ଲାଗିଲା ଜୋରିମନା

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ପ୍ରଥମ ଅଧିବେଶନରେ ସାମ କନଷ୍ଟାସଙ୍କ ସହ ମୁହାଁମୁହିଁ ହୋଇଥିଲେ। ପଡ଼ିଆରେ ଝଗଡା...

୧,୧୧୨ ଦିନ ପରେ ଭାଙ୍ଗିଲା ରେକର୍ଡ: ବୁମ୍‌ରାଙ୍କ ମୁଣ୍ଡବିନ୍ଧା ବଢାଇଲେ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌

ମେଲବୋର୍ନ,୨୬।୧୨: ଡିସେମ୍ବର ୨୬ରୁ ବକ୍ସିଂ ଡେ ଟେଷ୍ଟ ଆରମ୍ଭ ହୋଇଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଏହା ହେଉଛି ଚତୁର୍ଥ ଟେଷ୍ଟ ମ୍ୟାଚ। ଭାରତ ଏବଂ ଅଷ୍ଟ୍ରେଲିଆ...

ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ କାହିଁକି ଖେଳାଯାଏ, ଜାଣନ୍ତୁ ଏହା ପଛର ଇତିହାସ

ମେଲବୋର୍ନ, ୨୬।୧୨: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହୋଇଛିଛି। ତେବେ ଏହି ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌...

ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ: ଅଷ୍ଟ୍ରେଲିଆର ଦମ୍‌ଦାର ଆରମ୍ଭ

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହୋଇଛି। ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତି ପ୍ରଥମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri