Categories: ଖେଳ

ଦକ୍ଷିଣ ଆଫ୍ରିକା ଜିତିଲା

ଜିକ୍ୱେବେରା, ୧୯।୧୨: ଟୋନି ଡି ଜର୍ଜିଙ୍କ ଶତକ ସହିତ ଦକ୍ଷିଣ ଆଫ୍ରିକା ମଙ୍ଗଳବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାସ୍ତ କରିଛି। ଭାରତ ୪୬.୨ ଓଭରରେ ୨୧୧ ରନକରି ଅଲ୍‌ଆଉଟ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା ୪୨.୩ ଓଭରରେ ୨ ଉଇକେଟ ହରାଇ ୨୧୫ ରନ ସଂଗ୍ରହ କରି ନେଇଥିଲା। ଭାରତ ପ୍ରଥମ ଦିନିକିଆରେ ବିଜୟୀ ହୋଇଥିବାରୁ ୩ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ ପହଞ୍ଚତ୍ଛି।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ଋତୁରାଜ ଗାଏକ୍ୱାଡଓ ତିଳକ ବର୍ମାଙ୍କ ଉଇକେଟ ଶୀଘ୍ର ହରାଇଥିଲା। ସାଇ ସୁଦର୍ଶନ ଓ ଅଧିନାୟକ ଲୋକେଶ ରାହୁଲ ସତର୍କତାର ସହ ବ୍ୟାଟିଂ କରି ଇନିଂସ ସମ୍ଭାଳିଥିଲେ। ମାତ୍ର ଏହି ଯୋଡ଼ି ଭାଙ୍ଗିବାପରେ ଭାରତ ଇନିଂସ ହଡ଼ବଡ଼େଇ ଯାଇଥିଲା। ତୃତୀୟ ଉଇକେଟରେ ୬୮ ରନର ଭାଗୀଦାରି ପରେ ସାଇ ସୁଦର୍ଶନ ଆଉଟ ହୋଇଥିଲେ। ସେ ୭ ଚୌକା ଓ ୧ ଛକା ସହାୟତାରେ ସର୍ବାଧିକ ୬୨ ରନ କରିଥିଲେ।

Share