ଭାରତକୁ ଅଭିନନ୍ଦନ ଜଣାଇଲେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ,ଜୋହାନ୍ସବର୍ଗ,୨୩ା୮: ଚନ୍ଦ୍ରୟାନ-୩ ମିଶନକୁ ନେଇ ସମଗ୍ର ବିଶ୍ୱରେ ଆନନ୍ଦର ଲହରୀ ଖେଳିଯାଇଛି। ଅଗଷ୍ଟ ୨୩ ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏନେଇ ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ଚନ୍ଦ୍ରୟାନ-୩ ଅବତରଣ କରିବାକୁ ଥିବା ବେଳେ ସେ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଏହି ମହାନ ସଫଳତାର ଆନନ୍ଦରେ ଆମେ ଭାରତ ସହିତ ଅଛୁ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲ୍ୟାଣ୍ଡିଂ ସମୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସହ ଭର୍ଚୁଆଲରେ ଯୋଡ଼ି ହେବେ।

Share