ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି କରୋନା ସଂକ୍ରମିତ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

କେପଟାଉନ,୧୩ ।୧୨: ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ତାଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଥିବା ବେଳେ ଡାକ୍ତର ରାମାଫୋସାଙ୍କ ସ୍ୱାସ୍ଥ୍ୟ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ନିକଟରେ ୪ ପଶ୍ଚିମ ଆଫିକୀୟ ରାଜ୍ୟ ଗସ୍ତରେ ଥିବା ରାଷ୍ଟ୍ରପତି ରାମାଫୋସା ଓ ସମ୍ପୂର୍ଣ୍ଣ ଦକ୍ଷିଣ ଆଫ୍ରିକା ପ୍ରତିନିଧି ମଣ୍ଡଳଙ୍କର କରୋନା ଟେଷ୍ଟ କରାଯାଇଥିଲା । ଯେଉଁଥିରେ ରାଷ୍ଟ୍ରପତି ସଂକ୍ରିମିତ ଥିବା ଜଣାପଡିଛି । ଏବେ ସେ କେପଟାଉନରେ ସେଲ୍ଫ ଆଇସାଲେଶନରେ ରହିଛନ୍ତି । ଆସନ୍ତା ସପ୍ତାହେ ପାଇଁ ଡେପୁଟି ପ୍ରେସିଡେଣ୍ଟ ଡେଭିଡ ମାବୁଜାଙ୍କୁ ସେ ସମସ୍ତ ଦାୟିତ୍ୱ ଦେଇ ଦେଇଛନ୍ତି ।

Share