Categories: ଖେଳ

ଦକ୍ଷିଣ ଆଫ୍ରିକାର ଦଳ ଘୋଷଣା

ନୂଆଦିଲ୍ଲୀ,୧୭।୫: ଆଇପିଏଲ୍‌ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏଥିଲାଗି ଦକ୍ଷିଣ ଆଫ୍ରିକା ଟିମ୍‌ ଜୁନ୍‌ରେ ଭାରତ ଗସ୍ତରେ ଆସିବ। ମଙ୍ଗଳବାର ଏହି ସିରିଜ ଲାଗି ଦକ୍ଷିଣ ଆଫ୍ରିକା ନିଜର ଦଳ ଘୋଷଣା କରିଛି। ଦଳରେ ଟ୍ରଷ୍ଟାନ ଷ୍ଟବ୍ସଙ୍କୁ ସ୍ଥାନ ମିଳିଛି। ଏହା ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ ହେବ। ଏହାଛଡ଼ା ଦଳକୁ ଏନ୍‌ରିଚ ନୋକିଆ ମଧ୍ୟ ଫେରିଛନ୍ତି। ସେ ଏବେ ଫିଟ୍‌ ଥିବା ବେଳେ ଆଇପିଏଲ୍‌ରେ ମଧ୍ୟ ଭଲ ପ୍ରଦର୍ଶନ କରିଥିବା ଯୋଗୁ ଜାତୀୟ ଦଳରେ ସ୍ଥାନ ମିଳିଥିବା କୁହାଯାଉଛି।

ଭାରତ ବିପକ୍ଷ ସିରିଜ ଲାଗି ଦକ୍ଷିଣ ଆଫ୍ରିକାର ଟି୨୦ ଦଳ:
ଟେମ୍ବା ବାଭୁମା(ଅଧିନାୟକ, କ୍ୱିଣ୍ଟନ ଡି କକ୍‌, ରେଜା ହେଣ୍ଡ୍ରିକ୍ସ, ହେନ୍‌ରିଚ କ୍ଲସେନ୍‌, କେଶବ ମହାରାଜ, ଆଡେନ ମାର୍କ୍ରାମ, ଡେଭିଡ ମିଲର, ଲୁଙ୍ଗି ନିଗିଡ଼ି, ଏନ୍‌ରିଚ ନୋକିଆ, ଓ୍ବେନ୍‌ ପାର୍ନେଲ, ଡଓ୍ବେନ ପ୍ରିଟୋରିୟସ, କାଗିସୋ ରବାଡା, ମାର୍କୋ ୟେନ୍‌ସେନ୍‌, ଟାବ୍ରେଜ ଶାମସି, ଟ୍ରଷ୍ଟାନ ଷ୍ଟବ୍ସ, ରସି ଭାନ୍‌ ଡେର୍‌ ଡୁସେନ୍‌।

Share