Categories: ଖେଳ

ଆସିଲା ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌ର କୋଭିଡ୍‌ ଟେଷ୍ଟ ରିପୋର୍ଟ

ନୂଆଦିଲ୍ଲୀ, ୩ା୬: ଭାରତ ଭ୍ରମଣରେ ଆସିଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ସମସ୍ତ ସଦସ୍ୟଙ୍କ କୋଭିଡ୍‌ ଟେଷ୍ଟ ନେଗେଟିଭ୍‌ ଆସିଛି। ଏହାପରେ ଦଳ ଅଭ୍ୟାସ ଆରମ୍ଭ କରିଛି। ଏହି ସମୟରେ ସ୍ପିନ ଯୋଡ଼ି ଟାବ୍ରେଜ୍‌ ଶାମ୍‌ସି ଓ କେଶବ ମହାରାଜ ବୋଲିଂ କରୁଥିବା ବେଳେ କ୍ୱିଣ୍ଟନ ଡି’କକ୍‌ ତା’ ଉପରେ ନଜର ରଖିଥିବା ଦେଖିବାକୁ ମିଳଥିଲା। ଦକ୍ଷିଣ ଆଫ୍ରିକାର ଆଇପିଏଲ୍‌ ଷ୍ଟାର ଡେଭିଡ ମିଲର ବର୍ତ୍ତମାନ ମାଳଦ୍ୱୀପରେ ଛୁଟି କଟାଉଛନ୍ତି। ସେ ଖୁବ୍‌ ଶୀଘ୍ର ଆସି ଦଳରେ ଯୋଗ ଦେବେ। ଆସନ୍ତା ଗୁରୁବାର ପ୍ରଥମ ଅନ୍ତର୍ଜାତୀୟ ଟି୨୦ ପୂର୍ବରୁ ଆରଟି ପିସିଆର୍‌ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବାପରେ ଦକ୍ଷିଣ ଆଫ୍ରିକା ଦଳର ଖେଳାଳିମାନେ ଫିରୋଜ ଶାହା କୋଟ୍‌ଲାରେ ଅଭ୍ୟାସ ସେସନରେ ଏକତ୍ରିତ ହୋଇଥିଲେ।

Share