Categories: ଖେଳ

ଦକ୍ଷିଣ ଆଫ୍ରିକା ଆଗରେ ୧୭୦ ରନ୍‌ର ଟାର୍ଗେଟ୍‌

ରାଜକୋଟ,୧୭।୬: ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ର ଚତୁର୍ଥ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୬୯ ରନ୍‌ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୧୭୦ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଭାରତ।

ଭାରତର ଓପନିଂ ବ୍ୟାଟର ଇଶାନ କିଷନ ଏବଂ ଋତୁରାଜ ଗାଇକକ୍ବାଡ ବ୍ୟାଟିଂ ଆରମ୍ଭ କରିଥିଲେ। ହେଲେ ପ୍ରାରମ୍ଭରୁ ଭାରତକୁ ଝଟ୍‌କା ଲାଗିଥିଲା। ଦ୍ୱିତୀୟ ଓଭରରେ ଋତୁରାଜ ଗାଇକକ୍ବାଡ ୫ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ସେହିପରି ଇଶାନ କିଷନ ୨୭ ରନ୍‌ (୩ ଚଉକା, ୧ଛକା) କରି ଦ୍ୱିତୀୟ ଉଇକେଟ ଭାବେ ଆଉଟ୍‌ ହୋଇଥିଲେ। ଶେୟସ୍‌ ଆୟର (୪ରନ୍‌) ମଧ୍ୟ ବିଶେଷ କିଛି କରିପାରି ନ ଥିଲେ। ସେହିପର ଅଧିନାୟକ ଋଷଭ ପନ୍ତ ୧୭ ରନ୍‌ କରି ପୁଣି ଫେଲ ମାରିଥିଲେ। ଏଭଳି ସ୍ଥିତିରେ ଭାରତ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ସଂକଟରେ ପଡି ଯାଇଥିଲା। ହେଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧର୍ଯ୍ୟପୂର୍ଣ୍ଣ ୪୬ ରନ୍‌ (୩ ଚଉକା ଏବଂ ୩ଛକା ) ଏବଂ ଦିନେଶ କାର୍ତ୍ତିକ ୨୬ ବଲରେ ୫୫ରନ୍‌ର(୯ ଚଉକା ଏବଂ ୨ଛକା ) ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ବଳରେ ଭାରତ ୧୬୯ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଫଳରେ ଭାରତ ଦକ୍ଷିଣ ଆଫ୍ରିକାର ଆଗରେ ୧୪୯ ରନ୍‌ର ଟାର୍ଗେଟ୍‌ ରଖିଛି।

Share