Categories: ଖେଳ

ନିର୍ଣ୍ଣାୟକ ମ୍ୟାଚରେ ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା

ବେଙ୍ଗାଲୁରୁ,୧୯।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ଆଜି ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ନିର୍ଣ୍ଣାୟକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ।
ଏହି ମ୍ୟାଚ ଉଭୟ ଦଳ ପାଇଁ କର ବା ମର ହେବ। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଦଳ ଦୁଇଟି ଲେଖାଏ ମ୍ୟାଚ ଜିତିଛନ୍ତି। ତେଣୁ ଶେଷ ମ୍ୟାଚ ଜିତିଥିବା ଦଳ ସିରିଜ ଜିତିବ। ଭାରତ ଏପର୍ଯ୍ୟନ୍ତ ନିଜ ଦେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କୌଣସି ଟି-୨୦ ସିରିଜ ଜିତି ନାହିଁ ଏବଂ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଜିତିବାର ଟିମ ଇଣ୍ଡିଆ ନିକଟରେ ସୁଯୋଗ ରହିଛି।

Share