‘ଫେବୃଆରୀ ୧୨ ସୁଦ୍ଧା ହାଜର ହୁଅନ୍ତୁ, ନହେଲେ…’ ଶେଖ ହାସିନାଙ୍କ ଚିନ୍ତା ବଢାଇଲେ ୟୁନୁସ୍‌, କଲେ ଏମିତି…

ଢାକା,୬।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା କମିବାର ନାଁ ଧରୁନାହିଁ। ଦେଶର ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ ହାସିନା ଏବଂ ତାଙ୍କ ପୂର୍ବତନ ପ୍ରତିରକ୍ଷା ପରାମର୍ଶଦାତା ତାରିକ ଅହମ୍ମଦ ସିଦ୍ଦିକ ଏବଂ ପୂର୍ବତନ ଆଇଜିପି ବେନାଜିର ଅହମ୍ମଦଙ୍କ ସମେତ ୧୦ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏହି ୧୧ ଜଣଙ୍କୁ ଗିରଫ କରିବା ପାଇଁ ପ୍ରୋସିକ୍ୟୁଶନ ଦୁଇଟି ଆବେଦନ କରିବା ପରେ ଜଷ୍ଟିସ ମହମ୍ମଦ ଗୋଲାମ ମାର୍ଟୁଜା ମଜୁମଦାରଙ୍କ ନେତୃତ୍ୱରେ ଟ୍ରିବ୍ୟୁନାଲ ଏହି ନିର୍ଦ୍ଦେଶ ଦେଇଛନ୍ତି। ଶେଖ ହାସିନା ଏବଂ ଅନ୍ୟମାନଙ୍କୁ ଗିରଫ କରି ଫେବୃଆରୀ ୧୨ ସୁଦ୍ଧା ହାଜର କରିବାକୁ ବାଂଲାଦେଶ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

ବାଂଲାଦେଶର ରାଜନୈତିକ ପରିସ୍ଥିତିରେ ଏହା ଏକ ଏକ ନୂଆ ମୋଡ଼, ଯେଉଁଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ତାଙ୍କ ସହଯୋଗୀମାନେ ମାନବିକ ଅଧିକାରର ଉଲ୍ଲଂଘନ ଏବଂ ବେଆଇନ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି।
ଗତ ବର୍ଷ ଶେଖ ହାସିନା ଏବଂ ୪୫ ଜଣଙ୍କ ବିରୋଧରେ ଟ୍ରିବ୍ୟୁନାଲ ଗିରଫ ୱାରେଣ୍ଟ ଜାରି କରିଥିଲା। ଏହି ୱାରେଣ୍ଟ ସେତେବେଳେ ଜାରି କରାଯାଇଥିଲା, ଯେତେବେଳେ ଛାତ୍ର ନେତୃତ୍ୱ ଆନ୍ଦୋଳନ ସମୟରେ ହୋଇଥିଲା।

 

Share