ଦକ୍ଷିଣ ଏସୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ବଲାଲ ସ୍ବର୍ଣ୍ଣ, ନାରାୟଣ ରୌପ୍ୟ, ଶୁଭମ୍‌ଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର,୯ା୭ (ବିଜୟ ରଣା): ମାଳଦ୍ୱୀପରେ ଦକ୍ଷିଣ ଏସିଆ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ୩ଜଣ ପଦକ ଜିତିଛନ୍ତି। ସେମାନଙ୍କ ମଧ୍ୟରୁ ବଲାଲ ଖାଁ ଓ ନାରାୟଣ ବାରିକ ୬୫କେଜି ଓଜନ ଶ୍ରେଣୀରେ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିବା ବେଳେ ଶୁଭମ ମିଶ୍ର ଆଥଲେଟିକ୍‌ ଫିଜିକ୍‌ରେ ବ୍ରୋଞ୍ଜ ପଦକ ହାସଲ କରି ଭାରତ ଓ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ପୂର୍ବରୁ ଗୋଆରେ ଅନୁଷ୍ଠିତ ଜାତୀୟ ସୁନ୍ଦର ସ୍ବାସ୍ଥ୍ୟ ଚୟନ ଶିବିରରେ ଯୋଗଦେଇ ଏମାନେ ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଥିଲେ। ଏହି ସଫଳତା ପାଇଁ ଭାରତୀୟ ବଡି ବିଲ୍‌ଡିଂ ଆସୋସିଏଶନ ଏବଂ ଓଡ଼ିଶା ବଡି ବିଲ୍‌ଡିଂ ଫେଡେରେଶନ ସଭାପତି ସୁମିତ୍ରା ତ୍ରିପାଠୀ ଓ ସମ୍ପାଦକ ପ୍ରସନ୍ନ ମହାସୁଆର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Share