Categories: ଜାତୀୟ

‘ହାଇଦ୍ରାବାଦ-ଦିଲ୍ଲୀ ମାର୍ଗରେ ଆସନ୍ତା ସପ୍ତାହରେ ବାଲେଶ୍ୱର ଭଳି ଦୁର୍ଘଟଣା ଘଟିବ’, ରେଲଓ୍ବେକୁ ମିଳିଲା ଚେତାବନୀ

ନୂଆଦିଲ୍ଲୀ, ୩।୭: ଦକ୍ଷିଣ କେନ୍ଦ୍ରୀୟ ରେଳବାଇକୁ ନିକଟରେ ଏକ ଅଜ୍ଞାତ ଚିଠି ମିଳିଛି। ଯେଉଁଥିରେ ଆସନ୍ତା ସପ୍ତାହରେ ହାଇଦ୍ରାବାଦ-ଦିଲ୍ଲୀ-ହାଇଦ୍ରାବାଦ ମାର୍ଗରେ ବାଲେଶ୍ୱର ଭଳି ଟ୍ରେନ ଦୁର୍ଘଟଣା ହେବ ବୋଲି ଚେତାବନୀ ଦିଆଯାଇଛି। ସରକାରୀ ସୂତ୍ର ଏହି ସୂଚନା ଦେଇଛି।

ସୂଚନାଯୋଗ୍ୟ, ଜୁନ ୨ରେ ଓଡ଼ିଶାର ବାଲେଶ୍ୱର ଜିଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ୨୯୩ ଜଣଙ୍କର ମୃତ୍ୟୁ ହୋଇଥିଲା। କରୋମଣ୍ଡଲ ଏକ୍ସପ୍ରେସ ବାହାନାଗା ବଜାର ରେଳ ଷ୍ଟେଶନ ନିକଟରେ ମୁଖ୍ୟ ଲାଇନ ବଦଳରେ ପାସିଙ୍ଗ୍‌ ଲୁପ ଲାଇନରେ ପ୍ରବେଶ କରି ଏକ ମାଲବାହୀ ଟ୍ରେନ ଉପରେ ଚଢିଯାଇଥିଲା। ଏହା ପରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ମଧ୍ୟ ଓଲଟି ପଡିଥିବା କୋଚମାନଙ୍କ ସହ ଧକ୍କା ହୋଇଥିଲା। ସିଆରଏସ ଅନୁସନ୍ଧାନ ବ୍ୟତୀତ ସିବିଆଇ ମଧ୍ୟ ଟ୍ରେନ ଦୁର୍ଘଟଣାର ଯାଞ୍ଚ କରୁଛି।

Share