୪ ଦିନରେ ୩୦୦ କୋଟି ରୋଜଗାର କଲା ‘ଜେଲର’, ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ କମଲ ହାସନ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଧମାକାଦାର ରୋଜଗାର କରୁଛି। କିଛି ରିପୋର୍ଟରେ କୁହାଯାଇଛି ଯେ, ଫିଲ୍ମ ଏ ପର୍ଯ୍ୟନ୍ତ ୩୦୦କୋଟି ଟଙ୍କା ସଂଗ୍ରହ କରିଛି। ବର୍ତ୍ତମାନ କମଲ ହାସନ ମଧ୍ୟ ରଜନୀକାନ୍ତଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି।

‘ଜେଲର’ର ସଫଳତାରେ କମଲ ହାସନ ମଧ୍ୟ ବହୁତ ଖୁସି ଏବଂ ଏଭଳି ପରିସ୍ଥିତିରେ ସେ ରଜନୀକାନ୍ତଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, କମଲ ହାସନ ‘ଜେଲର’ର ସଂଗ୍ରହ ଉପରେ ନଜର ରଖିଥିଲେ। ଅନ୍ୟପଟେ, ରଜନୀକାନ୍ତ ମଧ୍ୟ କମଲ ହାସନଙ୍କୁ ତାଙ୍କ ଚଳଚ୍ଚିତ୍ର ବିକ୍ରମର ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।

ଫୁଲ ଆକ୍ସନ ପ୍ୟାକ ଫିଲ୍ମ ‘ଜେଲର’ ପାଇଁ କ୍ରେଜ ବଢିବାରେ ଲାଗିଛି। ଅନେକ ପ୍ରେକ୍ଷାଳୟରେ ହାଉସଫୁଲ ଦେଖାଯାଇଥିଲା ଏବଂ ଫିଲ୍ମ ମଧ୍ୟ ବହୁତ ଟଙ୍କା ରୋଜଗାର କରିଛି। ବର୍ତ୍ତମାନ କମଲ ହାସନ କେବଳ ରଜନୀକାନ୍ତ ନୁହଁନ୍ତି ଫିଲ୍ମର ନିର୍ଦ୍ଦେଶକ ନେଲସନ ଦିଲୀପ କୁମାରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

 

Share