ରଘୁରାଜ ପ୍ରତାପଙ୍କୁ ଭେଟିଲେ ରଜନୀକାନ୍ତ

ଲକ୍ଷ୍ନୌ,୨୧।୮: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରଜନୀକାନ୍ତ ସୋମବାର ଜନସତ୍ତା ଦଳର ସଭାପତି ତଥା କୁଣ୍ଡା ବିଧାୟକ ରଘୁରାଜ ପ୍ରତାପ ସିଂଙ୍କୁ ଭେଟିଛନ୍ତି। ରଜନୀକାନ୍ତ ସୋମବାର ସକାଳେ ରଘୁରାଜଙ୍କ ବାସଭବନ ରାମାୟଣରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ରଘୁରାଜ ଅଭିନେତା ରଜନୀକାନ୍ତଙ୍କୁ ପ୍ରଶଂସା କରି କହିଥିଲେ ଯେ, ସେ କେବଳ ଚଳଚ୍ଚିତ୍ର ଜଗତରେ ନୁହେଁ, ଭକ୍ତି କ୍ଷେତ୍ରରେ ମଧ୍ୟ ମହାନ। ସେ ରଜନୀକାନ୍ତଙ୍କୁ ମହାନାୟକ ବୋଲି କହିଛନ୍ତି।

Share