Categories: ଜାତୀୟ

ଦକ୍ଷିଣ ଭାରତ ହୋଇଛି ଭାଜପା ମୁକ୍ତ, ଏବେ ସାରା ଦେଶରୁ ହଟିବ: କଂଗ୍ରେସ…

ବେଙ୍ଗାଲୁରୁ,୨୩।୧୨ : କଂଗ୍ରେସ ନେତା ତଥା କର୍ନାଟକ ମନ୍ତ୍ରୀ ପ୍ରିୟଙ୍କା ଖାର୍ଗେ କହିଛନ୍ତି କଂଗ୍ରେସ କ୍ଷମତାକୁ ଫେରିବା ଆଉ କିଛି ସମୟ ବାକି ରହିଛି। ଦକ୍ଷିଣ ଭାରତ ପୂର୍ବରୁ ଭାଜପା ମୁକ୍ତ ହୋଇ ସାରିଛି। ଖୁବ ଶୀଘ୍ର ସମଗ୍ର ଦେଶରୁ ଭାଜପା ହଟିବ। ହିନ୍ଦୀ ଭାଷାଭାଷୀ ରାଜ୍ୟରେ କଂଗ୍ରେସର ପ୍ରାୟ ୪୦ ପ୍ରତିଶତ ପାଖାପାଖି ଭୋଟ ଶେୟାର ରହିଛି।

ସୂଚନାଯୋଗ୍ୟ,ପ୍ରାୟ ଚାରିମାସ ବାକି ଥିବା ଆଗାମୀ ଲୋକସଭା ନିର୍ବାଚନ ପାଇଁ ଉଭୟ ଭାଜପା ଏବଂ କଂଗ୍ରେସ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। କିନ୍ତୁ ଇଣ୍ଡିଆକୁ ଆଗେଇ ନେବା ଏବଂ ଦେଶବ୍ୟାପୀ ଶକ୍ତି ହାସଲ ପାଇଁ କଂଗ୍ରେସ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ମଧ୍ୟପ୍ରଦେଶରେ ଲଢ଼ି ପାରି ନ ଥିବା ବେଳେ କଂଗ୍ରେସ ରାଜସ୍ଥାନ ଏବଂ ଛତିଶଗଡକୁ ହରାଇଛି। ତେବେ ଦଳ ତେଲଙ୍ଗାନାରେ ଜିତି ରାଜ୍ୟରେ କେସିଆର ସରକାରକୁ ହଟାଇ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରଖିଛି॥

Share