Posted inଖେଳ

କ୍ୱାର୍ଟର ଫାଇନାଲରେ ଦକ୍ଷିଣ କୋରିଆ

ଭୁବନେଶ୍ୱର, ୨୪।୧ (କ୍ରୀଡ଼ା ପ୍ରତିନିଧି): ଦକ୍ଷିଣ କୋରିଆ ଅନ୍ତିମ ଦଳଭାବେ ଚଳିତ ହକିି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ କ୍ରସ୍‌ ଓଭର ମ୍ୟାଚରେ ଦଳ ଶୁଟଆଉଟରେ ୩-୨ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ମ୍ୟାାଚ ୫-୫ ଗୋଲରେ ବରାବର ରହିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ଆଉଟ ପଦ୍ଧତି ଅବଲମ୍ବନ କରାଯାଇଥିଲା। ଏହି ପର୍ଯ୍ୟାୟରେ କୋରିଆ ୩ଟି ଗୋଲ ଦେଇଥିବାବେଳେ ଆର୍ଜେଣ୍ଟନା ଗୋଲ ସଂଖ୍ୟା ୨ରେ ସୀମିତ ରହିଥିଲା। ଆର୍ଜେଣ୍ଟିନା ପକ୍ଷରୁ ନିକୋଲାସ କିନାନ ଓ ମାଇକୋ କାସେଲା ଗୋଲ ଦେଇଥିବାବେଳେ ଟୋମାସ ଡୋମେନେ, ଲୁକାସ ଟୋସକାନି ଓ ମାର୍ଟିନ ଫେରେରୋ ମିସ୍‌ କରିଥିଲେ। ଅନ୍ୟପକ୍ଷରେ କୋରିଆ ପକ୍ଷରୁ କେବଳ ଟାଏଇଲ୍‌ ହ୍ବାଙ୍ଗ୍‌ ବିଫଳ ହୋଇଥିବା ବେଳେ ଲୀ ଜୁଙ୍ଗଜୁନ୍‌, ୍ଯଯୋନ ଜି ଉ ଏବଂ ମାଞ୍ଜାଏ ଜୁଙ୍ଗ୍‌ ଗୋଲ ଦେବାରୁ ୫ମ ସ୍କୋରରଙ୍କ ଆବଶ୍ୟକ ପଡ଼ି ନ ଥିଲା। ଜୁଙ୍ଗ୍‌ଙ୍କ ଗୋଲ ସହ କୋରିଆର ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା। ନିର୍ଦ୍ଧାରିତ ସମୟରେ ୨ଟି ଗୋଲ ଦେବା ସହ କୋରିଆ ରକ୍ଷଣଭାଗରେ ଚମତ୍କାର ପ୍ରଦର୍ଶନ କରିଥିବା ଜୋଙ୍ଗହ୍ୟୁନ ଜାଙ୍ଗ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଦକ୍ଷିଣ କୋରିଆ ୨୫ ତାରିଖରେ ଗତ ସଂସ୍କରଣର ରନରଅପ୍‌ ନେଦରଲାଣ୍ଡ୍ସକୁ କ୍ୱାର୍ଟର ଫାଇନାଲରେ ଭେଟିବ। ଅନ୍ୟପକ୍ଷରେ ଆର୍ଜେଣ୍ଟିନା କ୍ଲାସିଫିକେଶନ ମ୍ୟାଚ ଖେଳିବ।
ଆର୍ଜେଣ୍ଟିିନା-କୋରିଆ ମ୍ୟାଚ ଆରମ୍ଭରୁ ବେଶ୍‌ ରୋମାଞ୍ଚକ ରହିଥିଲା। ୭ମ ମିନିଟରେ ଏକ ଫିଲ୍ଡ ଗୋଲ ଦେଇ ଆର୍ଜେଣ୍ଟିନାକୁ ଅଗ୍ରଣୀ କରିଥିଲେ ମାଇକୋ କାସେଲା। ୯ମ ମିନିଟରେ କୋରିଆ ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲ ପରିଶୋଧ କରିପାରି ନ ଥିଲା। ଦ୍ୱିିତୀୟ କ୍ୱାର୍ଟର ଆରମ୍ଭରେ ଅର୍ଥାତ୍‌ ୧୭ତମ ମିନିଟରେ କୋରିଆର କିମ୍‌ ସୁଙ୍ଗହ୍ୟୁନ ଗୋଲଟି ପରିଶୋଧ କରି ମ୍ୟାଚରେ ଉଷ୍ମତା ଭରିଥିଲେ। ଆର୍ଜେଣ୍ଟିନାର ଡି’ ଏରିଆ ମଧ୍ୟରେ ଜୁଙ୍ଗଜୁନ୍‌ ଲୀ ସାଥି ଖେଳାଳି ତାଇଲ ହ୍ବାଙ୍ଗ୍‌ଙ୍କୁ ପାସ୍‌ ଦେଇଥିଲେ। ହ୍ବାଙ୍ଗ୍‌ କାଳ ବିଳମ୍ବ ନ କରି ତାହାକୁ ସୁଙ୍ଗ୍‌ହ୍ୟୁନଙ୍କ ପାଖକୁ ପଠାଇ ଦେଇଥିଲେ। ଏହାର ଭରପୂର ସଦବ୍ୟବହାର କରି ସେ ଗୋଲ ସ୍କୋର କରିଥିଲେ। ତତ୍‌କ୍ଷଣାତ ଆର୍ଜେଣ୍ଟିନା କାଉଣ୍ଟର ଆକ୍ରମଣ କରି ୧୮ତମ ମିିନିଟରେ ଏକ ପେନାଲ୍ଟି କର୍ନର ପାଇଥିଲା। ମାତ୍ର କୋରିଆ ଏହାକୁ ସଫଳତାର ସହ ଡିିଫେଣ୍ଡ କରିଥିଲା। ୧୯ତମ ମିନିଟରେ କୋରିଆ ଲଗାାତର ୨ଟି ପେନାଲ୍ଟି କର୍ନର ପାଇଥିବାବେଳେ ଏଥିରୁ ଗୋଟିଏକୁ ଗୋଲରେ ପରିଣତ କରିଥିଲା। ଜୁନ୍‌ ଉ ଜିଓଙ୍ଗ ଏହି ଗୋଲଟି ଦେଇଥିଲେ। ମାତ୍ର ଦଳର ଏହି ଖୁସି ବେଶୀ ସମୟ ତିଷ୍ଠି ନ ଥିଲା। ୨୦ତମ ମିନିଟରେ ନିକୋଲାସ କିନାନ ଏକ ଫିଲ୍ଡ ଗୋଲ ମାଧ୍ୟମରେ ମ୍ୟାଚକୁ ୨-୨ ସ୍ଥିତିକୁ ନେଇ ଆସିଥିଲେ। ଆର୍ଜେଣ୍ଟିନା ଏତିକିରେ ସନ୍ତୁଷ୍ଟ ହୋଇ ନଥିଲା। ୨୩ତମ ମିନିଟରେ ଦଳକୁ ମିିଳିଥିବା ପେନାଲ୍ଟିି କର୍ନରକୁ ଗୋଲରେ ପରିଣତ କରି ନିକୋଲାସ ଡେଲା ଟୋରେ ପ୍ରଥମାର୍ଦ୍ଧ ଶେଷ ବେଳକୁ ଆର୍ଜେଣ୍ଟିନାର ଅଗ୍ରଣୀ ବ୍ୟବଧାନକୁ ୩-୨ରେ ପହଞ୍ଚାଇ ଦେଇଥିଲେ।
ତୃତୀୟ କ୍ୱାର୍ଟରରେ ରୋମାଞ୍ଚ ବଢ଼ିଥିଲା। ୪୦ତମ ମିନିଟରେ କୋରିଆକୁ ମିଳିଥିବା ପେନାଲ୍ଟି କର୍ନରକୁ ଜାଙ୍ଗ୍‌ ଜୋଙ୍ଗହ୍ୟୁନ ଗୋଲରେ ପରିଣତ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ମାତ୍ର କାଉଣ୍ଟର ଆକ୍ରମଣ କରି ଆର୍ଜେଣ୍ଟନା ସେହି ୪୦ତମ ମିନିଟରେ ହିଁ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ପ୍ରଥମ ଉଦ୍ୟମରେ ଆର୍ଜେଣ୍ଟିିନା ବିଫଳ ହୋଇଥିଲେ ହେଁ କ୍ରମାଗତ ଦ୍ୱିତୀୟ ପେନାଲ୍ଟି କର୍ନରକୁ ଗୋଲରେ କନଭର୍ଟ କରି ନିକୋଲାସ ଡେଲା ଟୋରେ ଆର୍ଜେଣ୍ଟନାକୁ ପୁଣି ଅଗ୍ରଣୀ କରାଇଥିଲେ। ଡେଲା ଟୋରେଙ୍କର ଏହାଥିଲା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ। କୋରିଆ ସଂଘର୍ଷ ଜାରି ରଖିଥିଲା। ୪୩ତମ ମିନିଟରେ ଦଳ ନିକଟରେ ମ୍ୟାଚ ସମାନ ସ୍ତରକୁ ଆଣିବାକୁ ସୁଯୋଗ ରହିିଥିଲା। ମାତ୍ର ଜୋଙ୍ଗ୍‌ହ୍ୟୁନ୍‌ଙ୍କ ଶଟ୍‌କୁ ଆର୍ଜେଣ୍ଟିନା ଗୋଲକିପର ଟୋମାସ ସାଣ୍ଟିଆଗୋ ରୋକିବାରେ ସକ୍ଷମ ହୋଇଥିଲେ। ଫଳରେ ତୃତୀୟ କ୍ୱାର୍ଟର ଶେଷ ବେଳକୁ ଆର୍ଜେଣ୍ଟିନା ଅଗ୍ରଣୀ ବଳବତ୍ତର ରହିଥିଲା। ଚତୁର୍ଥ କ୍ୱାର୍ଟରରେ ମଧ୍ୟ ଆର୍ଜେଣ୍ଟିନା ପ୍ରଭାବୀ ରହିଥିଲା। ଅଧିକାଂଶ ସମୟ କୋରିଆ ହାଫ୍‌ରେ ବଲ୍‌ ରଖିବାରେ ସକ୍ଷମ ହୋଇଥିଲା ଏହି ଦଳ। କୋରିଆର ଡି’ ଏରିଆ ମଧ୍ୟରେ ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ ୪୬ତମ ମିିନିଟରେ ଲୁକାସ ଟୋସ୍କାନିଙ୍କଠାରୁ ବାମ ପଟରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରିଥିଲେ ନିକୋଲାସ କିନାନ। ଏହାଥିଲା କିନାନଙ୍କର ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଆର୍ଜେଣ୍ଟିନା ପକ୍ଷରୁ ୫ମ ଗୋଲ। ମାତ୍ର କୋରିଆ ସହଜରେ ବାଟ ଛାଡ଼ି ନ ଥିଲା। ୪୯ତମ ମିନିଟରେ ଦଳ ଏକ ପେନାଲ୍ଟି କର୍ନର ପାଇଥିଲା। ଏଥିରୁ ଗୋଲ ଦେଇ କୋରିଆ ଆଶା ଉଜ୍ଜୀବିତ ରଖିଥିଲେ ଜୋଙ୍ଗହ୍ୟୁନ। ଏହାଥିଲା ମ୍ୟାଚରେ ତାଙ୍କର ବ୍ୟକ୍ତିଗତ ଦ୍ୱିିତୀୟ ଗୋଲ। ୫୫ତମ ମିନିଟରେ ଲୀ ନାମ୍‌ ୟଙ୍ଗ୍‌ଙ୍କ ପେନାଲ୍ଟି ଗୋଲ ବଳରେ କୋରିଆ ମ୍ୟାଚକୁ ୫-୫ ସ୍ତରକୁ ନେଇ ଆସିଥିଲା। ଆଉ ଗୋଲ ନ ହେବାରୁ ମ୍ୟାଚ ଶୁଟ୍‌ ଆଉଟ ପର୍ଯ୍ୟାୟକୁ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri