ବିମାନ ଯାତ୍ରା କରିବା ପୂର୍ବରୁ ଓଜନ ହେବେ ଯାତ୍ରୀ

କେପଟାଉନ,୨୬।୮: ବିମାନ ଯାତ୍ରା କରି ବିଶ୍ୱର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ସହଜ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କ ଲଗେଜ ଓଜନ କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଯାତ୍ରୀମାନଙ୍କୁ ଓଜନ କରିବାକୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଯିଏ ଏହି ନୂତନ ଆଦେଶ ଶୁଣିଛି, ସେ ଚକିତ ଓ ବିବ୍ରତ ହୋଇଛନ୍ତି।
ବାସ୍ତବରେ ଦକ୍ଷିଣ କୋରିଆର ବୃହତ୍ତମ ବିମାନ କମ୍ପାନୀ କୋରିଆନ ଏୟାରଲାଇନ୍ସ କହିଛି ଯେ ବିମାନରେ ଯିବା ପୂର୍ବରୁ ଯାତ୍ରୀଙ୍କ ଓଜନ ନିଆଯିବ। କୋରିଆ ଏୟାରଲାଇନ୍ସ କହିଛି ଯେ ବିମାନ ସୁରକ୍ଷା ପାଇଁ ଯାତ୍ରୀଙ୍କ ହାରାହାରି ଓଜନ ଏବଂ ସେମାନଙ୍କ ସହିତ ଆସୁଥିବା ବ୍ୟାଗକୁ ଓଜନ କରିବ। ଜୁନରେ ନ୍ୟୁଜିଲାଣ୍ଡରେ, ଏୟାର ନ୍ୟୁଜିଲାଣ୍ଡ ଦେଇ ଯାତ୍ରା କରୁଥିବା ୧୦ ହଜାରରୁ ଅଧିକ ଯାତ୍ରୀଙ୍କୁ ମଧ୍ୟ ବିମାନ ଯାତ୍ରା ପୂର୍ବରୁ ଓଜନ କରିବାକୁ ପଡ଼ିଥିଲା।

Share