ଫେଲ୍‌ ମାରିଲା ଦକ୍ଷିଣ କୋରିଆର ପ୍ରଥମ ସ୍ପେସ୍‌ ରକେଟ୍‌ ପରୀକ୍ଷଣ

ସିଓଲ, ୨୨।୧୦: ଦକ୍ଷିଣ କୋରିଆ ପ୍ରଥମ ଥର ପାଇଁ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ସ୍ପେସ୍‌ ରକେଟ୍‌ ‘ନୁରୀ’ର ପରୀକ୍ଷଣ କରାଯାଇଛି। ମହାକାଶକୁ ଉପଗ୍ରହ ପ୍ରେରଣ ଦିଗରେ ଏହି ରକେଟ୍‌ ଟେଷ୍ଟ ଦେଶ ପାଇଁ ଏକ ବଡ଼ ପଦକ୍ଷେପ ବୋଲି ଅଧିକାରୀମାନେ କହିଛନ୍ତି। ତେବେ ତିନି ପର୍ଯ୍ୟାୟର ନୁରୀ ରକେଟ୍‌ ସଫଳତାର ସହ ଡମି ପେଲୋଡ୍‌କୁ ଡେଲିଭର କରିପାରିନାହିଁ।
ଷ୍ଟେନଲେସ୍‌ ଷ୍ଟିଲ ଏବଂ ଆଲୁମିନିୟମରେ ନିର୍ମିତ ଉକ୍ତ ପେଲୋଡ୍‌ର ଓଜନ ୧.୫ ଟନ୍‌ ହେବ। ଭପୃଷ୍ଠରୁ ୬୦୦ରୁ ୮୦୦ କିଲୋମିଟର ପର୍ଯ୍ୟନ୍ତ ଏହି ରକେଟ୍‌ ପୃଥିବୀ କକ୍ଷପଥକୁ ପେଲୋଡ୍‌ ନେଇଯିବାର ଥିଲା। ନାରୋ ସ୍ପେସ୍‌ ସେଣ୍ଟରରୁ ନୁରୀ ରକେଟ ଉତ୍‌କ୍ଷେପଣ କରାଯାଇଥିଲା। ୧୯୯୦ ଦଶକରୁ ଦକ୍ଷିଣ କୋରିଆ ସ୍ପେସ୍‌ ପ୍ରୋଗ୍ରାମ ପାଇଁ ଅନ୍ୟଦେଶ ଉପରେ ନିର୍ଭର କରିଆସୁଛି। ଏବେ ନିଜ ଜ୍ଞାନକୌଶଳରେ ସ୍ପେସ୍‌ରେସ୍‌ରେ ୧୦ମ ଦେଶ ଭାବେ ସାମିଲ ହେବାକୁ ଉଦ୍ୟମ ଚଳାଇଛି।

Share