କିମ୍‌ଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିପାରେ ଦକ୍ଷିଣ କୋରିଆ

ସିଓଲ,୨୪ା୮: ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ ପାର୍କ ଜିନ୍‌, ଆମେରିକା ଏବଂ ଜାପାନ ଗୁରୁବାର ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷଣକୁ ଦୃଢ଼ ନିନ୍ଦା କରିଛନ୍ତି। କିମ୍‌ ଜୋଙ୍ଗ ଉନ୍‌ଙ୍କ ପର୍ଯ୍ୟାୟକ୍ରମେ କ୍ଷେପଣାସ୍ତ୍ର ପରୀକ୍ଷଣରେ ପାର୍କ ଏହାକୁ ଏକ ଉତ୍ତେଜନାମୂଳକ କାର୍ଯ୍ୟ ବୋଲି କହିଛନ୍ତି।

ସେ କହିଛନ୍ତି, କ୍ଷେପଣାସ୍ତ୍ର ପରୀକ୍ଷା ବଡ଼ ଭୁଲ ଅଟେ। ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର କହିଛି, ଆମେ ଏହାକୁ ଆଉ ଛାଡ଼ିବୁ ନାହିଁ। ଏହାର ଜବାବ ପାଇଁ ଏକପାଖିଆ କଟକଣା ଉପରେ ବିଚାର କରିବାକୁ ମନ୍ତ୍ରୀମାନେ ଏକ ଫୋନ୍‌ କଲରେ ମଧ୍ୟ ସହମତ ହୋଇଥିଲେ।

Share