କିମ୍‌ଙ୍କୁ ଜବାବ ଦେଲା ଦକ୍ଷିଣ କୋରିଆ, ୩ କ୍ଷେପଣାସ୍ତ୍ର ମାଡ଼…

ସିଓଲ,୨।୧୧ : ଦକ୍ଷିଣ କୋରିଆ କହିଛି ଯେ ଉତ୍ତର କୋରିଆର କ୍ଷେପଣାସ୍ତ୍ର ଉତକ୍ଷେପଣର ଜବାବରେ ତିନୋଟି ଭୂପୃଷ୍ଠରୁ ବାୟୁକୁ ଲକ୍ଷ୍ୟଭେଦ କରାଯାଉଥିବା କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଦକ୍ଷିଣ କୋରିଆର ସୈନ୍ୟବାହିନୀ କହିଛି ଯେ ଏହାର ଯୁଦ୍ଧ ବିମାନ ବୁଧବାର ପ୍ରତିଦ୍ୱନ୍ଦ୍ୱୀଙ୍କ ପୂର୍ବ ସୀମା ନିକଟରେ ତିନୋଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷଣର ଜବାବରେ ଏହି ପଦକ୍ଷେପ ନିଆଯାଇଛି ବୋଲି ସେନା କହିଛି।

କୋରିଆ ପ୍ରାୟଦ୍ୱୀପର ପୂର୍ବ ଏବଂ ପଶ୍ଚିମ ଉପକୂଳ ନିକଟରେ ଉତ୍ତର କୋରିଆ ୧୦ ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆ କହିଛି ଯେ ଉତ୍ତର କୋରିଆର ଏକ କ୍ଷେପଣାସ୍ତ୍ର ସାମୁଦ୍ରିକ ସୀମା ନିକଟରେ ପଡିଛି।

Share