ଶକ୍ତି ପ୍ରଦର୍ଶନ କଲା ଦକ୍ଷିଣ କୋରିଆ, କିମଙ୍କ ଆଖିରୁ ହଜିଲା ନିଦ…

ସିଓଲ,୨୭।୯ : ଦକ୍ଷିଣ କୋରିଆ ଏବଂ ଉତ୍ତର କୋରିଆ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। କ୍ଷେପଣାସ୍ତ୍ର ପରୀକ୍ଷଣ ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ କୋରିଆକୁ ଅସୁବିଧାରେ ପକାଉଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କର ଆଖିରୁ ଏଥର ନିଦ ହଜି ଯାଇଛି। ଏହାର କାରଣ ହେଉଛି ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏକ ସାମରିକ ପରେଡ ।

ଏହି ପରେଡରେ ଦକ୍ଷିଣ କୋରିଆ ବହୁ ଧ୍ୱଂସକାରୀ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଥିଲା। ଏହି ସମୟ ମଧ୍ୟରେ ଦକ୍ଷିଣ କୋରିଆର ରାଜଧାନୀ ସିଓଲ ରାସ୍ତାରେ ଟ୍ୟାଙ୍କ, କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଥିଲା। ସଶସ୍ତ୍ର ବାହିନୀ ଗଠନର ୭୦ ତମ ବାର୍ଷିକୀରେ ଏହି ପ୍ୟାରେଡ ଆୟୋଜିତ ହୋଇଥିଲା।

ପରେଡରେ ରାଷ୍ଟ୍ରପତି ୟୋନ ସୁକ ୟୋଲ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ସେ ଉତ୍ତର କୋରିଆ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯଦି କିମ ଜୋଙ୍ଗ ଉନ ଆଣବିକ ଅସ୍ତ୍ର ବ୍ୟବହାର କରନ୍ତି ତେବେ ତାଙ୍କ ଶାସନ ଶେଷ ହେବ। ୨୦୧୩ ପରେ ପ୍ରଥମ ଥର ପାଇଁ ଏହି ପରେଡ ଆୟୋଜିତ ହୋଇଛି। ବହୁ ସଂଖ୍ୟାରେ ଲୋକ ଏହାକୁ ଦେଖିବାକୁ ଆସିଥିଲେ ।

ଆମେରିକୀୟ ସୈନିକମାନେ ଦକ୍ଷିଣ କୋରିଆ ସୈନିକମାନଙ୍କ ସହିତ ଏହି ପରେଡରେ ଅଂଶଗ୍ରହଣ କରିଥିଲେ। ଏଥିରେ ସମୁଦାୟ ୩୦୦ ଆମେରିକୀୟ ସୈନିକ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦକ୍ଷିଣ କୋରିଆ ଯେଉଁଭଳି ଭାବରେ ନିଜର ଅସ୍ତ୍ର ପ୍ରଦର୍ଶନ କରିଥିଲା ତାହା ସ୍ପଷ୍ଟ ହୋଇଛି ଏହାର ଉଦ୍ଦେଶ୍ୟ କେବଳ ଅସ୍ତ୍ର ଦେଖାଇବା ନୁହେଁ, ବରଂ ଏହା ବିଶ୍ୱକୁ ଜଣାଇବାକୁ ଚାହୁଁଛି ବର୍ତ୍ତମାନ ମଧ୍ୟ ଏହା ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛି। ଆମେରିକା, ରୁଷିଆ ଏବଂ ଫ୍ରାନ୍ସ ପରେ ତାଙ୍କ ଦେଶକୁ ବିଶ୍ୱର ଚତୁର୍ଥ ବୃହତ୍ତମ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି ରାଷ୍ଟ୍ରପତି ୟୁନ କହିଛନ୍ତି।

Share