କିମଙ୍କୁ ଚେତାବନୀ ଦେଲା ଦକ୍ଷିଣ କୋରିଆ

ସିଓଲ,୨୨।୭: ଉତ୍ତର କୋରିଆ କ୍ଷେପଣାସ୍ତ୍ର ଏବଂ ରକେଟ ପରୀକ୍ଷଣ କରିବା ମଧ୍ୟରେ କିମ ଜୋନ ଉନ ଶାସନକୁ ଦକ୍ଷିଣ କୋରିଆ ଚେତାବନୀ ଦେଇଛି। ସିଓଲରୁ ପକ୍ଷରୁ କୁହାଯାଇଛି ଯେ ଯଦି ଉତ୍ତର କୋରିଆ ଆମ ଉପରେ କୌଣସି ପ୍ରକାର ଆଣବିକ ଆକ୍ରମଣ କରେ, ତେବେ ଏହା କିମ ଜୋନ ଉନଙ୍କ ନେତୃତ୍ୱରେ ଶାସନର ସମାପ୍ତ ହେବ।

ନିକଟରେ ଆମେରିକା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ସାମରିକ ସ୍ତରରେ ଅସ୍ତ୍ରଶସ୍ତ୍ର ନିୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ଦ୍ୱାରା ଉତ୍ତର କୋରିଆ ରାଗିଯାଇ ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ଏଥିସହ ଏକ ଚେତାବନୀ ଜାରି କରି କହିଥିଲା ଯେ ଏହି ଅଞ୍ଚଳରେ ଆମେରିକାର ଆଣବିକ ସକ୍ଷମ ବୁଡ଼ାଜାହାଜ ଏବଂ ଅନ୍ୟାନ୍ୟ କୂଟନୈତିକ ସମ୍ପତ୍ତି ନିୟୋଜନ ହେଲେ ଉତ୍ତର କୋରିଆ ଏହାର ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ବାଧ୍ୟ ହୋଇପାରେ।

Share