ଦକ୍ଷିଣ କୋରିଆ ରାଜପଥରେ ଅଗ୍ନିକାଣ୍ଡ: ୫ ଜଣଙ୍କ ଜୀବନ ଗଲା

ସିଓଲ,୨୯ା୧୨: ଗୁରୁବାର ଦକ୍ଷିଣ କୋରିଆର ଏକ ପ୍ରମୁଖ ଏକ୍ସପ୍ରେସଓ୍ବେରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ୩୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜରୁରିକାଳୀନ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଗୁଡିକ ରାଜଧାନୀ ସିଓଲ ନିକଟ ଜିଆଙ୍ଗିନ ରାଜପଥରେ ଏହି ଅଗ୍ନିକାଣ୍ଡର କିଛି ସମୟ ପରେ ନିଆଁ ଲାଗିଥିବା ଏକ ସାଉଣ୍ଡ ପ୍ରୁଫ୍‌ ଟେଣ୍ଟ ଦେଖାଯାଇଥିଲା।

ଏକ ବସ୍‌ ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ପରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ଉପସ୍ଥିତ ଅଗ୍ନିଶମ ଅଧିକାରୀ କହିଛନ୍ତି, ଏହାର କାରଣ ଅନୁସନ୍ଧାନ ଜାରି ରହିଛି। ତେବେ ନିଆଁକୁ ଆୟତ୍ତ କରାଯାଇଛି।

Share