ଦକ୍ଷିଣ କୋରିଆ ନ୍ୟୁକ୍ଲିୟର ସଂସ୍ଥା ହ୍ୟାକ୍‌

ଉତ୍ତର କୋରିଆର ସାଇବର ଅପରାଧୀମାନେ ଦକ୍ଷିଣ କୋରିଆର ନ୍ୟୁକ୍ଲିୟର ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟକୁ ହ୍ୟାକ୍‌ କରିଛନ୍ତି। ଗତମାସରେ ୧୩ ଅନଧିକୃତ ଆଇପି ଆଡ୍ରେସ୍‌ରୁ କୋରିଆ ଆଟମିକ୍‌ ଏନର୍ଜି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (କେଏଇଆର୍‌ଆଇ)ର ଆଭ୍ୟନ୍ତରୀଣ ନେଟ୍‌ଓ୍ବର୍କ ଆକ୍‌ସେସ୍‌ କରାଯାଇଥିବା ଦକ୍ଷିଣ ଆଫ୍ରିକାର ପ୍ରମୁଖ ବିରୋଧୀ ଦଳ ପିପୁଲ୍ସ ପାଓ୍ବାର ପାର୍ଟି ଅଭିଯୋଗ କରିଛି। ସେଥିମଧ୍ୟରୁ କେତେକ ଆଇପି ଆଡ୍ରେସ୍‌ ଉତ୍ତର କୋରିଆର ସାଇବର୍‌ ଅପରାଧୀ ଗ୍ରୁପ୍‌ କିମ୍‌ସୁକିର ବୋଲି ଚିହ୍ନଟ କରାଯାଇଛି। ତେବେ ହ୍ୟାକିଂ ଦ୍ୱାରା ହୋଇଥିବା କ୍ଷତି ଏବଂ ଏହାର ଉତ୍ସର ତଦନ୍ତ ଚାଲିଥିବା ଦକ୍ଷିଣ କୋରିଆ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share