ଦକ୍ଷିଣ କୋରିଆର ବିରୋଧୀ ନେତା ଲି ଜେ ମ୍ୟୁଙ୍ଗଙ୍କ ଉପରକୁ ଛୁରିରେ ଆକ୍ରମଣ: ଦେଖନ୍ତୁ ଭିଡିଓ

ସିଓଲ,୨।୧: ଦକ୍ଷିଣ କୋରିଆର ବିରୋଧୀ ଦଳ ନେତା ଲି ଜେ ମ୍ୟୁଙ୍ଗଙ୍କ ଉପରକୁ ଛୁରିରେ ଆକ୍ରମଣ କରାଯାଇଛି। ଯେତେବେଳେ ସେ ପ୍ରେସ କନଫରେନ୍ସ କରୁଥିଲେ ସେହି ସମୟରେ ତାଙ୍କ ଉପରକୁ ଏହି ଆକ୍ରମଣ କରାଯାଇଛି। ଦକ୍ଷିଣ କୋରିଆର ନ୍ୟୁଜ ଏଜେନ୍ସି ୟୋନହାପ ଅନୁଯାୟୀ, ଦକ୍ଷିଣ ବନ୍ଦର ସହର ବୁସାନ ଗସ୍ତ ସମୟରେ ମଙ୍ଗଳବାର (ଜାନୁୟାରୀ ୨, ୨୦୨୪) ରେ ଲି ଜେ-ମ୍ୟୁଙ୍ଗଙ୍କୁ ଆକ୍ରମଣ କରାଯାଇଥିଲା।
ସେ ବୁସାନର ଏକ ପ୍ରସ୍ତାବିତ ବିମାନବନ୍ଦର ପରିଦର୍ଶନ କରୁଥିବାବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ବେକର ବାମ ପାର୍ଶ୍ୱରେ ଅସ୍ତ୍ର ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ। ୟୋନହାପ ଅନୁଯାୟୀ ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରେ ଗିରଫ କରାଯାଇଥିଲା। ଦକ୍ଷିଣ କୋରିଆ ଗଣମାଧ୍ୟମ ଦ୍ୱାରା ପ୍ରଦର୍ଶିତ ଚିତ୍ରଗୁଡ଼ିକରେ ଲି ଜେ-ମ୍ୟୁଙ୍ଗ ତଳେ ପଡ଼ିଥିବାର ନଜର ଆସିଛନ୍ତି। ସେତେବେଳେ ତାଙ୍କ ଆଖି ବନ୍ଦ ହୋଇଯାଇଥିଲା ଏବଂ ତାଙ୍କ ଆଖପାଖର ଲୋକମାନେ ରକ୍ତସ୍ରାବ ବନ୍ଦ କରିବା ପାଇଁ ରୁମାଲରେ ବେକରେ ଥିବା କ୍ଷତକୁ ଦବାଇଥିଲେ।

Share